ରାଜ୍ୟସଭା ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ: ଜନତା ଦଳ (ୟୁନାଇଟେଡ) ର ରାଜ୍ୟସଭା ସାଂସଦ ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ପରଲୋକ ହୋଇଯାଇଛି। ସୋମବାର ଜେଡିୟୁ ଏହି ସୂଚନା ଦେଇଛି। ମହେନ୍ଦ୍ର ପ୍ରସାଦ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ‌। ସେ ବିହାରରୁ ସାତଥର ରାଜ୍ୟସଭାକୁ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।…

ମାଲକାନଗିରି ଜିଲ୍ଲାରେ ମାଓବାଦୀ ଷଡଯନ୍ତ୍ର ପଣ୍ଡ, ସ୍ୱାଭିମାନ ଅଂଚଳରେ ୩ଟି ଲ୍ୟାଣ୍ଡମାଇନ ଠାବ

ମାଲକାନଗିରି – ମାଲକାନଗିରି ଜିଲ୍ଲାରେ ଆତଙ୍କବାଦୀଙ୍କ ଏକ ବଡଧରଣର ଆକ୍ରମଣ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ବିଏସଏଫ । ସ୍ୱାଭିମାନ ଅଂଚଳରୁ ୩ଟି ଲ୍ୟାଣ୍ଡମାଇନ ଠାବ କରିଛି ବିଏସଏଫ । କମ୍ବିଂ ଅପରେସନ ବେଳେ ତେନ୍ତୁଳିପଦର ଗାଁ ନିକଟରୁ ୩ଟି ଲ୍ୟାଣ୍ଡମାଇନ ଠାବ ହୋଇଥିଲେ । ବିଏସଏଫ ଯବାନମାନଙ୍କୁ…

କରୋନା ଅପଡେଟ୍: ଦିନକରେ ୧୫୬ ଓମିକ୍ରନ୍ ରୋଗୀ ଚିହ୍ନଟ, ମୋଟ ମାମଲା ୫୭୮କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ଗୋଟିଏ ଦିନରେ ଓମିକ୍ରନର ସର୍ବାଧିକ ୧୫୬ଟି ମାମଲା ରିପୋର୍ଟ ହୋଇଛି ଏବଂ ଏହା ସହିତ ଦେଶରେ କରୋନାର ଏହି ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଜାରି ତଥ୍ୟରେ କହିଛି ଯେ ଓମିକ୍ରନ୍ ସଂକ୍ରମିତ…

ଓମିକ୍ରନ ଆତଙ୍କ : ଓଡିଶାରେ ସ୍ଥିତି ଭଲ, ଟିପିଆର୍ ୧୦ ପ୍ରତିଶତ ରହିଲେ ହିଁ ଲକଡାଉନ

ଭୁବନେଶ୍ୱର- ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ନାଇଟ କର୍ଫ୍ୟୁ କି ଲକ୍‌ଡାଉନ ଭଳି କଟକଣାର ଏବେ ଆବଶ୍ୟକତା ନାହିଁ ବୋଲି ସେ…

ଓମିକ୍ରନ୍ ଭୟ: ଆଜିଠାରୁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନ୍ ଏବଂ କରୋନା ମାମଲା ବୃଦ୍ଧି ପାଉଥିବାରୁ ଆଜିଠାରୁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ। ରାତି ୧୧ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗିବ, ଯାହାକି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ | ତେବେ ନାଇଟ୍ କର୍ଫ୍ୟୁ ସମୟରେ ମଧ୍ୟ…

ରାଜ୍ୟରେ ୧୫ରୁ ୧୮ ବର୍ଷ ୨୫ ଲକ୍ଷ ୫୩ ହଜାର ପିଲା ନେବେ କୋଭିଡ ପ୍ରତିଷେଧକ ଟିକା

ଭୁବନେଶ୍ୱର- ରାଜ୍ୟରେ ୨୫ ଲକ୍ଷ ୫୩ ହଜାର ୧୫ରୁ ୧୮ ବର୍ଷ ପିଲାଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସର ୫୨ ଲକ୍ଷ ୩୭ ହଜାର ଲୋକ ପ୍ରିକସନ ଡୋଜ୍ ନେବେ । ୬୦ ବର୍ଷରୁ ଅଧିକ ଯେଉଁମାନେ…

ବିବାଦ ପରେ ‘ମଧୁବନ ମେଁ ରାଧିକା ନାଚେ’ ଗୀତରେ ହେବ ପରିବର୍ତ୍ତନ, ଘୋଷଣା କଲା ସାରେଗାମା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କ 'ମଧୁବନ୍ ମେଁ ରାଧିକା ନାଚେ' ଗୀତକୁ ନେଇ ବିବାଦ ଉପୁଜିଛି। ଏହି ଗୀତରେ ହିନ୍ଦୁ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଛି। ବିବାଦ ମଧ୍ୟରେ ଗୀତର ଲିରିକ୍ସ ବଦଳାଯିବ ବୋଲି ମ୍ୟୁଜିକ୍ ଲେବଲ୍ ସାରେଗାମା ଘୋଷଣା କରିଛି | କମ୍ପାନୀ କହିଛି ଯେ…