ଭାରତରେ ତୃତୀୟ ଲହର ଆଣିପାରେ ଓମିକ୍ରନ୍, ଫେବୃଆରୀ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଆକଳନ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ତୃତୀୟ ଲହର ଆଣିବ । ଫେବୃଆରୀରେ ଓମିକ୍ରନ୍‌ ମାମଲା ଶୀର୍ଷରେ ପହଞ୍ଚିପାରେ ଏବଂ ଦେଶରେ ଦୈନିକ ଏକ ଲକ୍ଷରୁ ଦେଢଲକ୍ଷ ମାମଲା ଆସିପାରେ | କୋଭିଡ-୧୯ ର ଗାଣିତିକ ଆକଳନ ସହ ଜଡିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର…

କରୋନା ଅପଡେଟ୍: ଦିନକରେ ୬,୮୨୨ ମାମଲା ଚିହ୍ନଟ, ୫୫୮ ଦିନ ପରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦିଲ୍ଲୀରୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ମିଳିବା ମଧ୍ୟରେ ଆଶ୍ବସ୍ତିକର ଖବର ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କେବଳ ୬୮୨୨ କରୋନା ମାମଲା ରିପୋର୍ଟ ହୋଇଛି । ସୋମବାର ମିଳିଥିବା ମାମଲା ତୁଳନାରେ ଏହି ସଂଖ୍ୟା ୧୭…

ମହାରାଷ୍ଟ୍ର: ବିଦେଶରୁ ଫେରିଥିବା ୧୦୦ ଯାତ୍ରୀଙ୍କ ପତ୍ତା ମିଳୁନି

ମୁମ୍ବାଇ: କୋଭିଡ-୧୯ ର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଏଭଳି ସମୟରେ ଗତ କିଛି ଦିନ ମଧ୍ୟରେ ବିଦେଶରୁ ମହାରାଷ୍ଟ୍ରରେ ପହଞ୍ଚିଥିବା ପ୍ରାୟ ୧୦୦ ଯାତ୍ରୀଙ୍କ ପତ୍ତା ମିଳୁ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଏହି…

ସଶସ୍ତ୍ର ବାହିନୀ ପତାକା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ସଶସ୍ତ୍ର ବାହିନୀ ପତାକା ଦିବସ । ଏହି ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସାହସିକତାର ସହ ଲଢୁଥିବା ବୀର ସୈନିକଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । କର୍ତ୍ତବ୍ୟ…

ଭିଜିଲାନ୍ସ ରେଡ୍ : ଓଏସଏପି ସିପାହୀଙ୍କଠାରୁ ମିଳିଲା ୧୭ଟି ବ୍ୟାଙ୍କ ପାସବୁକ୍‌, ୨.୯୪ ଲକ୍ଷ ନଗଦ, ୪ଟି ଦୁଇଚକିଆ ଗାଡି

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କୋଟିପତି ଓଏସଏପି ସିପାହୀ । ଓଏସଏପି ଷଷ୍ଠ ବାଟାଲିୟନର ସିପାହୀ ସହଦେବ ପରିଡାଙ୍କ ଠିକଣାରେ ଚଢାଉ ବେଳେ ଭିଜିଲାନ୍ସ ଠାବ କରିଛି ୨ ଲକ୍ଷ ୯୪ ହଜାର ନଗଦ ଟଙ୍କା । ୪ଟି ଦୁଇ ଚକିଆ ଗାଡି, ୧୭ଟି ବ୍ୟାଙ୍କ…

ରାଜ୍ୟରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ୧୨ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ପିଲା । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩,…