ରାଜ୍ୟରେ ଆଉ ୨୭୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣର ଉପର –ତଳ ଗତି ଜାରି ରହିଛି । ଗତ ୨୪ ଘଂଟାରେ ପୁଣି କମିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୨୭୧ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୫୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୬୦ ଜଣ ଅଛନ୍ତି ।…

ଚୀନ୍‌ ନାଗରିକଙ୍କ ପାଇଁ ଇ-ଭିସା ବନ୍ଦ କଲା ଭାରତ

ନୂଆଦିଲ୍ଲୀ:ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚୀନ୍‌କୁ ଭାରତ ତା'ର ଭାଷାରେ ଜବାବ ଦେଇଛି। ସୋମବାର ଠାରୁ ଭାରତ ୧୫୨ ଦେଶ ପାଇଁ ଇ-ଭିସା ସୁବିଧା ପୁନଃ ପ୍ରଚଳନ କରିଛି । କିନ୍ତୁ ଏଥର ଚୀନ୍, ହଂକଂ ଏବଂ ମାକାଉ ଭଳି ଦେଶକୁ ଏହି ତାଲିକାରୁ ବାଦ ଦିଆଯାଇଛି।…

ଆଜି ୧୪୨ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ଆଜି ରୂପାନ୍ତରିତ ୧୪୨ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲାର ୩୦, ବାଲେଶ୍ୱରର ୨୩, କନ୍ଧମାଳର ୧୦, ନବରଙ୍ଗପୁର ୧୨ ଓ ସୁନ୍ଦରଗଡ ଜିଲ୍ଲାର ସର୍ବାଧିକ ୬୭ଟି ସରକାରୀ ଉଚ୍ଚ ବିଦ୍ୟାଳୟର…

ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସକ୍ରିୟ, ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର- ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଅବପାତ । ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ରାତିର…