ଜାରି ହେଲା ଏସଓପି : ଅଗଷ୍ଟ ୧୬ରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ପାଂଚ ଦିନ କେବଳ ପୁରୀ ଲୋକେ କରିବେ ଦିଅଁ ଦର୍ଶନ, ୨୩ରୁ…

ପୁରୀ – ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲିବା ଲାଗି ଏସଓପି ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । କୋଭିଡ ଯୋଗୁଁ ବନ୍ଦ ଥିବା ଏହିମାସ ୧୬ ତାରିଖରୁ ଶ୍ରୀମନ୍ଦିର ପୁଣି ଖୋଲିବ । କିନ୍ତୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବା ଆଗରୁ ଏହି ମାସ…

ସ୍ୱାଧୀନତା ଦିବସ : ରାଜଧାନୀରେ ମୁଖ୍ୟମନ୍ତ୍ରୀ ଓ ୧୯ଟି ଜିଲ୍ଲାରେ ମନ୍ତ୍ରୀମାନେ କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର- କୋରୋନା କଟକଣାରେ ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ରାଜଧାନୀରେ ୟୁନିଟ -୩ ପ୍ରଦର୍ଶନୀ ପଡିଆରେ ହେବ ରାଜ୍ୟସ୍ତରୀୟ ଉତ୍ସବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । କେଉଁ ଜିଲ୍ଲାରେ କେଉଁ…

ରାଜ୍ୟରେ ୧ ହଜାର ୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୭୮ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୨୬ ଓ ସ୍ଥାନୀୟ ଅଂଚଳରୁ ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୩୭୨, କଟକରୁ ୧୪୭, ଜଗତସିଂହପୁର ଓ ଯାଜପୁରରୁ ୫୮ ଲେଖାଏଁ , କେନ୍ଦ୍ରାପଡାରୁ ୫୧ ଆକ୍ରାନ୍ତ…

ପଂଚାୟତ ପିିଇଓଙ୍କ ବିରୋଧରେ ଭିଡିଲାନ୍ସ ଚଢାଉ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଜାଲରେ ଫସିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଂଚାୟତର ପିଇଓ ସନ୍ତୋଷ କୁମାର ସାହୁ । ତାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଢେଙ୍କାନାଳ ଓ କାମାକ୍ଷାନଗରରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।…

କୋଭାକ୍ସିନ୍ ଓ କୋଭିଶିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ ପାଇଁ ଅନୁମତି ଦେଇଛି। ସୂତ୍ରରୁ ପ୍ରକାଶ ଯେ ଏହି ଅଧ୍ୟୟନ ଏବଂ ଉଭୟ ଟିକାରେ ମିକ୍ସିଂ ଡୋଜ୍ ର କ୍ଲିନିକାଲ ଟ୍ରାଏଲ୍ ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା…

କରୋନା ଅପଡେଟ୍: ଦେଶରେ ଆଉ ୩୮,୩୫୩ ନୂଆ ମାମଲା, ଚିନ୍ତା ବଢ଼ାଉଛି ‘ଆର୍’ ଭାଲ୍ୟୁ

ନୂଆଦିଲ୍ଲୀ: ବୁଧବାର ଭାରତରେ ୪୦ ହଜାରରୁ କମ୍ କରୋନା ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ, ୩୮,୩୫୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୩,୮୬,୩୫୧ ଯାହା ଗତ ୧୪୦ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ଦେଶରେ…