କୋରୋନାରେ ଆଉ ୫୯ ଜଣ ରୋଗୀଙ୍କ ମୃତ୍ୟୁ ନିଶ୍ଚିତ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – କୋରୋନା ଯୋଗୁଁ ରାଜ୍ୟରେ ଆଉ ୫୯ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଡେଥ୍ ଅଡିଟ୍ ପରେ ମୃତକଙ୍କ ତାଲିକା ଜାରି କରିଛି ବିଭାଗ । ସଦ୍ୟ ତାଲିକା ଅନୁସାରେ କୋରୋନା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ପ୍ରାଣ ହରାଇଛନ୍ତି ।…

କରୋନା ଅପଡେଟ୍: ଦେଶରେ ଆଉ ୪୩,୭୩୩ ନୂଆ ମାମଲା, ୯୩୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ଧରି ଦ୍ରୁତ ଗତିରେ ହ୍ରାସ ପାଇବା ପରେ ଆଜି ହଠାତ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୭୩୩ ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ ୯୩୦ ରୋଗୀଙ୍କ ମୃତ୍ୟୁ…

ଦୈନିକ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୨ ହଜାର ୬୦୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ ହଜାର ୬୦୨ ପଜିଟିଭ । ସଙ୍ଗରୋଧରୁ ୧ ହଜାର ୪୯୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୧୦୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨, କଟକ ଜିଲ୍ଲାରୁ ୩୯୭ ଆକ୍ରାନ୍ତ…

ବରଗଡ଼ ଚିନି କଳର ପ୍ରଶାସିକା ଦାୟିତ୍ବ ନେଲେ ଜିଲ୍ଲାପାଳ, ବନ୍ଦ ଚିନିକଳ ଖୋଲିବା ନେଇ ଆଶା ସଞ୍ଚାର

ବରଗଡ଼ : ବରଗଡ଼ ଜିଲ୍ଲାର ତୋରାସ୍ଥିତ ଚିନିକଳର ନୂତନ ପ୍ରଶାସିକା ଭାବେ ଆଜି ଜିଲ୍ଲାପାଳ ମନିଷା ବାନାର୍ଜୀ ଦାୟିତ୍ବ ଗ୍ରହଣ କରିଛନ୍ତି । କାରଖାନାର ପରିଚାଳନା ବୋର୍ଡ ଇତିମଧ୍ୟରେ ଭାଙ୍ଗି ସାରିଥିବା ବେଳେ ବିଦାୟୀ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହାର ପ୍ରଶାସକ ଦାୟିତ୍ବରେ ଥିଲେ । ତେବେ…

ପରଲୋକରେ ଭାରତୀୟ ସିନେମାର ମାର୍ଲୋନ ବ୍ରାଣ୍ଡୋ -ଦିଲୀପ କୁମାର

ମୁମ୍ବାଇ – କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ଆଉ ନାହାନ୍ତି । ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭାରତୀୟ ସିନେମାର ଟ୍ରାଜେଡି କିଙ୍ଗ୍ । ସେ ବେଶ୍ କିଛି ଦିନ ଧରି ଅସୁସ୍ଥ ଥିଲେ । କିଛି ଦିନ ତଳେ ସେ ହସପିଟାଲରେ ପୁଣି ଭର୍ତ୍ତି ହୋଇଥିଲେ । ଦିଲୀପ କୁମାରଙ୍କ କୌଣସି ସନ୍ତାନ…

ଆଉ ନାହାନ୍ତି ‘ଟ୍ରାଜେଡି କିଙ୍ଗ୍‌’

ମୁମ୍ବାଇ- ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ଆଉ ନାହାନ୍ତି । ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତୀୟ ସିନେମାର ଏହି ମହାନ ଅଭିନେତା । ମୁମ୍ବାଇର ହିନ୍ଦୁଜା ହସପିଟାଲରେ ସେ ଛାତିରୋଗରେ ପୀଡିତ ଥାଇ ଚିକିତ୍ସାଧୀନ ଥିଲେ । ଦିଲୀପ କୁମାରଙ୍କ ବିୟୋଗରେ…