ନୂଆ ଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ତାଙ୍କ ନୂଆ ଦଳ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରଖିଛନ୍ତି। ସୋମବାର ଜମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ନୂଆ ଦଳର ନାମ ଘୋଷଣା କରିଛନ୍ତି। ଆଜାଦ ୨୬ ଅଗଷ୍ଟ ୨୦୨୨ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ତିନି ଦିନିଆ ଗସ୍ତରେ ଗୁଲାମ ନବୀ ଆଜାଦ ରବିବାର ଜମ୍ମୁରେ ପହଞ୍ଚିଥିଲେ। ତାଙ୍କ ନୂଆ ଦଳ ଘୋଷଣା କରି ସେ କହିଛନ୍ତି ଯେ ଦଳର ବିଚାରଧାରା ଏହାର ନାମ ଭଳି ହେବ ଏବଂ ସମସ୍ତ ଧର୍ମନିରପେକ୍ଷ ବ୍ୟକ୍ତି ଏଥିରେ ଯୋଗ ଦେଇ ପାରିବେ। ସେ ଦଳର ଏଜେଣ୍ଡା ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛନ୍ତି। ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରିବା, ସ୍ଥାନୀୟ ଲୋକଙ୍କ ପାଇଁ ଜମି ଏବଂ ଚାକିରି ଅଧିକାର ହାସଲ ପାଇଁ ସଂଗ୍ରାମ ଜାରି ରଖିବା ଆଦି ତାଙ୍କ ନୂଆ ଦଳର ଲକ୍ଷ୍ୟ ବୋଲି ଆଜାଦ କହିଛନ୍ତି ।

Comments are closed.