ରାମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ଏକ ହେଟ୍ ସ୍ପିଚ୍ ମାମଲାରେ ରାମପୁର କୋର୍ଟ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଉ କିଛି ସମୟ ପରେ ତାଙ୍କ ବିରୋଧରେ ଦଣ୍ଡ ଘୋଷଣା କରାଯିବ | ରାୟ ପ୍ରକାଶ ବେଳେ କୋର୍ଟରେ ଉପସ୍ଥିତ ଥିବା ଆଜମ ଖାନଙ୍କୁ ହାଜତକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ସମୟରେ ଆଜାମ ଖାନ ତହସିଲ ମିଲାକରେ ଏକ ଭାଷଣ ଦେଇଥିଲେ । ଏହି ମାମଲାରେ କୋର୍ଟ ଆଜି ତାଙ୍କ ରାୟ ଶୁଣାଇଛନ୍ତି।
୭ ଏପ୍ରିଲ ୨୦୧୯ରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ମିଳିତ ପ୍ରାର୍ଥୀ ମହମ୍ମଦ ଆଜମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ରାମପୁରରେ ନିଯୁକ୍ତ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କ ଏହି ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ନିର୍ବାଚନ ଆୟୋଗ ନିଜଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ନିର୍ବାଚନ ଆୟୋଗର ଭିଡିଓ ଟିମ୍ ମଧ୍ୟ ଆଜମ ଖାନଙଏକ ମାମଲା ରୁଜୁ କରିଥିଲା। ଆଜି ଏହି ମାମଲାରେ କୋର୍ଟଙ୍କ ରାୟ ଆସିଛି। ଆଜମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଏବଂ ଘୃଣାର ପ୍ରସାର ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।
Comments are closed.