ଟିଏମସି ନେତା ବାବୁଲ ସୁପ୍ରିୟୋ କରୋନା ସଂକ୍ରମିତ

କୋଲକାତା: ଓମିକ୍ରନ୍ର ଆତଙ୍କ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | ଜନତାଙ୍କ ସହ ନେତା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି ।ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବେ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି- ମୁଁ, ମୋ ପତ୍ନୀ ଏବଂ ଅନେକ ଷ୍ଟାଫ୍ କରୋନା ପଜିଟିଭ୍ ହୋଇଛୁ | କିନ୍ତୁ ମୋର ଚିନ୍ତା ହେଉଛି ଗୁରୁତର କୋଭିଡ -୧୯ ରୋଗୀଙ୍କୁ ଦିଆଯାଉଥିବା କକଟେଲ୍ ଟିକା ମୂଲ୍ୟକୁ ନେଇ । ଏହାର ମୂଲ୍ୟ ୬୧ ହଜାର ଟଙ୍କା। ମୋ ବାପାଙ୍କୁ ୮୪ ବର୍ଷ ବୟସ ଏବଂ ତାଙ୍କୁ ଏହି କକଟେଲ୍ ର ଜରୁରୀ ଆବଶ୍ୟକତା ରହିଛି | ମୋତେ ତୁରନ୍ତ ଏହା କିଣିବାକୁ ପଡ଼ିବ | ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକମାନେ ଏହି ମହଙ୍ଗା ଔଷଧ କିଣିବାକୁ କିପରି ସକ୍ଷମ ହେବେ ବୋଲି ସୁପ୍ରିୟୋ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

Comments are closed.