‘ହିନ୍ଦୁମାନେ ମୁସଲିମ ଫର୍ମୁଲା ଆପଣାଇ ଅଧିକ ଛୁଆ ଜନ୍ମ କରନ୍ତୁ’, ଏଆଇୟୁଡିଏଫ୍ ସଭାପତି ବଦ୍ରୁଦ୍ଦିନଙ୍କ ମନ୍ତବ୍ୟକୁ ନେଇ ବିବାଦ 

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧି ନେଇ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ର ସଭାପତି ମୌଲାନା ବଦ୍ରୁଦ୍ଦିନ ଅଜମଲଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଥିପାଇଁ ସେ ଉଭୟ ସରକାର ଓ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହୋଇଛନ୍ତି ।

ଆସାମ ଧୁବ୍ରିର ସାଂସଦ ବଦ୍ରୁଦ୍ଦିନ ଅଜମଲ ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ହିନ୍ଦୁମାନେ “ମୁସଲମାନ ଫର୍ମୁଲା” ଗ୍ରହଣ କରିବା ଉଚିତ ଏବଂ ନିଜ ପିଲାମାନଙ୍କୁ କମ୍ ବୟସରୁ ବିବାହ କରାଇବା ଉଚିତ୍।

ମୁସଲିମଙ୍କ ତୁଳନାରେ ହିନ୍ଦୁମାନଙ୍କ ସଂଖ୍ୟା ବୃଦ୍ଧି ନ ହେବା ଉପରେ ମତ ରଖି ବଦ୍ରୁଦ୍ଦିନ କହିଛନ୍ତି, ମୁସଲିମ ପୁଅଝିଅ ମାନେ ୧୮-୨୦ ବୟସରେ ବିବାହ କରନ୍ତି । ଅନ୍ୟପକ୍ଷରେ ହିନ୍ଦୁମାନେ ବିବାହ ପୂର୍ବରୁ ଏକାଧିକ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖନ୍ତି… ଉପଭୋଗ କରନ୍ତି ଓ ପଇସା ସଞ୍ଚୟ କରନ୍ତି । ପରିବାର ଚାପରେ ହିନ୍ଦୁମାନେ ୪୦ ବର୍ଷରେ ବାହା ହୁଅନ୍ତି । ଏହି ବୟସରେ ସେମାନେ କିପରି ଛୁଆ ଜନ୍ମ କରିପାରିବେ ? କେବଳ ଉର୍ବର ଜମିରେ ହିଁ ଫସଲ ଅମଳ ହୁଏ । ତେଣୁ ମୁସଲିମଙ୍କ ଭଳି ହିନ୍ଦୁମାନେ ମଧ୍ୟ ନିଜ ପିଲାମାନଙ୍କୁ କମ୍ ବୟସରେ ବିବାହ କରନ୍ତୁ ଓ ଦେଖନ୍ତୁ ସେମାନେ କେତେ ଛୁଆ ଜନ୍ମ କରୁଛନ୍ତି ।”

ହିନ୍ଦୁମାନଙ୍କ ଉପରେ ଏହି ମନ୍ତବ୍ୟ ପାଇଁ ବଦ୍ରୁଦ୍ଦିନ ଚାରିଆଡୁ ସମାଲୋଚିତ ହୋଇଛନ୍ତି ।

ଆସାମରେ ବିଜେପି ସରକାରର ମନ୍ତ୍ରୀ ଜୟନ୍ତ ମଲ୍ଲା ବରୁଆ, ମୌଲାନା ଅଜମଲଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ମନ୍ତ୍ରୀ ବରୁଆ ଗଣମାଧ୍ୟମକୁ କହିଛନ୍ତି, “ସେ କିପରି ମୌଲାନା ହୋଇ ଏପରି ମନ୍ତବ୍ୟ କିପରି ଦେଇପାରୁଛନ୍ତି? ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କିନ୍ତୁ ସରକାର ଏହି ମାମଲାରେ ଅଧିକ ଜଡିତ ହେବେ ନାହିଁ। ଅନ୍ୟଥା ଅଜମଲଙ୍କ ପକ୍ଷର ଲୋକମାନଙ୍କୁ ସୁଯୋଗ ମିଳିଯିବ।”

ଅନ୍ୟପକ୍ଷରେ ଆସାମ ୟଢଚେଷ୍ଟା କରି ଅଜମଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି।

କଂଗ୍ରେସ ନେତା ସାଇକିଆ ଏକ ବିବୃତ୍ତି ଜାରି କରି କହିଛନ୍ତି, “ବଦ୍ରୁଦ୍ଦିନ ଅଜମଲଙ୍କ ହିନ୍ଦୁ ଯୁବକମାନଙ୍କ ସମ୍ପର୍କରେ ଦେଇଥିବା ବିବୃତ୍ତି ସମାଜର ଶାନ୍ତି ଭଙ୍ଗ କରିପାରେ। ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ”

ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ “ଲଭ୍ ଜିହାଦ” ଉପରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବା ବେଳେ ମଧ୍ୟ ବଦ୍ରୁଦ୍ଦିନ ଅଜମଲ ଏଭଳି କହିଥିଲେ । ସେ କହିଥିଲେ ହିନ୍ଦୁ ପୁଅମାନେ ଆମ ମୁସଲିମ ଝିଅଙ୍କୁ ଫସାଇ ନେଇଯାଆନ୍ତୁ, ଏଥିରେ ଆମର କୌଣସି ଆପତ୍ତି ନାହିଁ ।”

Comments are closed.