ରାଜ୍ୟଗୋଷ୍ଠୀ କ୍ରୀଡ଼ା: କୁସ୍ତିରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ବଜରଙ୍ଗ, ଅଂଶୁ ରୌପ୍ୟରେ ସନ୍ତୁଷ୍ଟ

ବର୍ମିଂହାମ: ଷ୍ଟାର ରେସଲର ବଜରଙ୍ଗ ପୁନିଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ କୁସ୍ତିରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି | ଫାଇନାଲରେ ବଜରଙ୍ଗ କାନାଡାର ଲାଚଲାନ୍ ମ୍ୟାକନିଲଙ୍କୁ ୯-୨ ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି | ଏହା ପୂର୍ବରୁ ବଜରଙ୍ଗ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ଇଂଲଣ୍ଡର ଜର୍ଜ ରାମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଜରଙ୍ଗଙ୍କ ଏହା କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ | ସେ ୨୦୧୮ ସଂସ୍କରଣରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏପର୍ଯ୍ୟନ୍ତ ୭ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୋଟ ପଦକ ସଂଖ୍ୟା ୨୨ରେ ପହଞ୍ଚିଛି।

ଅନ୍ୟପକ୍ଷରେ ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି। ସେମି ଫାଇନାଲରେ ମାତ୍ର ୬୪ ସେକେଣ୍ଡରେ ମ୍ୟାଚ୍ ଶେଷ କରିଥିବା ଅଂଶୁ ଫାଇନାଲରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ।

Comments are closed.