ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ, ପ୍ରଭାବିତ ହେବ ବ୍ୟାଙ୍କ୍ ସେବା

ନୂଆଦିଲ୍ଲୀ: ରଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧରେ ନଭେମ୍ବର ୧୯ରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଧର୍ମଘଟ ଆହ୍ବାନ ଡ଼ାକରା ଦେଇଛି । ନଭେମ୍ବର ୧୯ ଶନିବାର । ନଭେମ୍ବର ୨୦ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି। ତେଣୁ ଆପଣଙ୍କ ଯଦି ବ୍ୟାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତେବେ ଆଜି କିମ୍ବା ଆସନ୍ତାକାଲି ହିଁ ଏହା ଶେଷ ସାରିଦିଅନ୍ତୁ ନଚେତ୍ ଆପଣଙ୍କୁ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିପାରେ |

ବ୍ୟାଙ୍କ ଅଫ୍ ବରୋଦା ଏହି ଧର୍ମଘଟ ଖବରକୁ ସ୍ପଷ୍ଟ କରିଛି। ଏକ ବିବୃତ୍ତିରେ କୁହାଯାଇଛି ଯେ ବ୍ୟାଙ୍କ ଧର୍ମଘଟ ନେଇ ଏଆଇବିଇଏର ନୋଟିସ ପାଇଛି। ସଂଘର ସଦସ୍ୟମାନେ ୧୯ ନଭେମ୍ବରରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧ ତଥା ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା ସମେତ ସେମାନଙ୍କର ବହୁ ଦାବି ନେଇ ଏଆଇବିଇଏର ଦିନିକିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି।

ବିବାହର ଏହି ଋତୁରେ ବ୍ୟାଙ୍କ ଷ୍ଟ୍ରାଇକ୍ ଯୋଗୁଁ ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ | ଧର୍ମଘଟ ଯୋଗୁଁ କିଛି ଏଟିଏମରେ ନଗଦ ସମସ୍ୟା ଦେଖା ଦେଇପାରେ। ଯଦି ଆପଣ ଏପରି ଅସୁବିଧାକୁ ଏଡାଇବାକୁ ଚାହାଁନ୍ତି, ତେବେ ଆପଣ ଆଜି ଏଟିଏମରୁ ନଗଦ ଟଙ୍କା ଉଠାଇ ପାରିବେ | ବ୍ୟାଙ୍କଗୁଡିକର ଏହି ଧର୍ମଘଟ ଯୋଗୁଁ ଆର୍ଥିକ କାର୍ଯ୍ୟ ପରିଚାଳନାରେ ସମସ୍ୟା ସୃଷ୍ଟି ହେବ ଏବଂ ଅଧିକାଂଶ ବ୍ୟାଙ୍କ ସେବା ବନ୍ଦ ରହିପାରେ। ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ପରେ ବ୍ୟାଙ୍କଗୁଡ଼ିକ ରବିବାର ବନ୍ଦ ରହିବ। ଏପରି ପରିସ୍ଥିତିରେ ବ୍ୟାଙ୍କ୍ କାର୍ଯ୍ୟ ୨ ଦିନ ପର୍ଯ୍ୟନ୍ତ ପ୍ରଭାବିତ ହେବ | ଆସନ୍ତା ଶନିବାର ହେଉଛି ମାସର ତୃତୀୟ ଶନିବାର | ସେଥିପାଇଁ ଏହି ଦିନ ବ୍ୟାଙ୍କ ଛୁଟି ନଥିଲା। ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି |

Comments are closed.