ମାଲିକ ମାନଙ୍କୁ ୧୧ଲକ୍ଷ ଟଙ୍କାର ମୋବାଇଲ ଫେରାଇଲା ବରଗଡ଼ ପୁଲିସ

ବରଗଡ଼: ବରଗଡ଼ ପୋଲିସକୁ ମିଳିଛି ବଡ ସଫଳତା । ଚୋରୀ କିମ୍ବା ହଜିଯାଇଥିବା ପ୍ରାୟ ୧୧ ଲକ୍ଷ ଟଙ୍କାର ମୋବାଇଲକୁ ଉଦ୍ଧାର କରି ସେମାନଙ୍କ ମାଲିକଙ୍କୁ ଫେରାଇ ବେଶ ପ୍ରସଂଶା ସାଉଁଟିଛି ପୋଲିସ ।

ସୂଚନା ମତେ କିଛିଦିନ ହେବ ବରଗଡ଼ ଜିଲ୍ଲାର ଥାନା ମାନଙ୍କରେ ବହୁ ମୋବାଇଲ ଚୋରୀର ଲିଖିତ ଅଭିଯୋଗ ହେଉଥିଲା ।ଏଣୁ ଘଟଣାର ଗୁରୁତ୍ୱକୁ ଦେଖି ବେଶ ତତ୍ପର ହୋଇ ଉଠିଥିଲା । ଆଉ ୧୦୧ ଟି ମୋବାଇଲ ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ସେଗୁଡିକୁ ଟ୍ରାକିଂ ମାଧ୍ୟମରେ ଉଦ୍ଧାର କରି ମାଲିକଙ୍କୁ ଫେରାଯାଇଛି। ମୋବାଇଲ ଆଉ ମିଳିବା ନେଇ ଆଶା ଛାଡ଼ିଦେଇଥିବା ଲୋକେ ଆଜି ନିଜ ମୋବାଇଲ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡି ଭିଡିଓ କଲିଂ ଜରିଆରେ ବରଗଡ଼ ଏସପି ରାହୁଲ ଜୈନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |

ଆଜି ଜିଲ୍ଲା ପୋଲିସର ସମ୍ମିଳନୀ କକ୍ଷରେ ବରଗଡ଼ ଏସ୍ପି ରାହୁଲ ଜୈନ ଏହି ମୋବାଇଲ ଗୁଡିକୁ ସଂପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି ।

ଉଦ୍ଧାର ହୋଇଥିବା ମୋବାଇଲ ମଧ୍ୟରୁ ଝାରବନ୍ଧ ଥାନାର ୧୬ଟି, ଅତାବିରା ଥାନାର ୧୪, ବରଗଡ଼ ଟାଉନ ଥାନାର ୧୫ଟି, ସଦର ଥାନାର୧୧ଟି, ମେଳଛାମୁଣ୍ଡା ଥାନାର ୮ଟି, ବିଜେପୁର ଥାନାର ୭ଟି ଏପରି ୧୦୧ ଟି ମୋବାଇଲ ରହିଛି । ତେବେ ପୋଲିସର ଏପରି ସଫଳତାକୁ ନେଇ ଜିଲ୍ଲା ସାଇବର ଟିମ ଓ ସମସ୍ତ ଥାନା ଅଧିକାରୀଙ୍କୁ ଶ୍ରେୟ ଦେବା ସହ ଆଗକୁ ମଧ୍ୟ ଏପରି ଉଦ୍ୟମ ଜାରି ରହିବ ବୋଲି ଏସପି କହିଛନ୍ତି ।

Comments are closed.