ବଙ୍ଗଳା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ୨୪ ବର୍ଷ ବୟସରେ ମୃତ୍ୟୁ 

କୋଲକାତା: ବଙ୍ଗଳା ଟିଭି ଶୋ ଏବଂ ସିରିଏଲର ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ମାତ୍ର ୨୪ ବର୍ଷ ରବିବାର ପରଲୋକ ହୋଇଯାଇଛି । ଶନିବାର ରାତିରେ ସେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ସିଆରପି ଦିଆଯାଇଥିଲା।

ଏହା ପରେ ତାଙ୍କ ଅବସ୍ଥାରେ ଟିକିଏ ସୁଧାର ଆସିଥିଲା, ​​କିନ୍ତୁ ସେ ରାତି ୧୨:୫୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ହାୱାରାର ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା।

ଏଣ୍ଡ୍ରିଲା ପୂର୍ବରୁ କ୍ୟାନ୍ସରରୁ ସୁସ୍ଥ ହୋଇଥିଲେ। ଟିଭି ଶୋ ‘ଝୁମୁର’ ପରେ ସେ ଅନେକ ଲୋକପ୍ରିୟ ସିରିଏଲରେ କାମ କରିଥିଲେ | ସେଗୁଡ଼ିକ ମଧ୍ୟରେ ‘ଜୀବନ୍ ଜ୍ୟୋତି’ ପରି ଲୋକପ୍ରିୟ ସିରିଏଲ୍ ରହିଛି | ସେ ‘ଭାଗର’ ୱେବ୍ ସିରିଜରେ ମଧ୍ୟ କାମ କରିଥିଲେ।

Comments are closed.