ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଇଁତଳା ବିଇଓ ଅଫିସ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆକୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ୨ଟି ସ୍ଥାନରେ ଚଢାଉ କରିଛି ।

ସୂଚନାନୁଯାୟୀ ସେ ଜଣେ ଆସିଷ୍ଟାଣ୍ଡ ଟିଚରଙ୍କ ପେନସନ ରିଲିଜ କରିବା ପାଇଁ ତାଙ୍କ ନିକଟରୁ ୧୮ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଅଜୟ ଖୁଣ୍ଟିଆଙ୍କୁ ଗିରଫ କରାଯାଇ ଭିଜିଲାନ୍ସ ଅଫିସକୁ ଆଣି ପଚରାଉଚୁରା କରାଯାଉଛି । ଏବେ ୨ଟି ସ୍ଥାନରେ ରେଡ୍ ଚାଲିଛି ।

Comments are closed.