ଭଗବନ୍ତ ମାନଙ୍କ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀ ଭାବେ ସହିଦ୍ ଭଗତ ସିଂଙ୍କ ଗାଁରେ ନେବେ ଶପଥ

ଚଣ୍ଡିଗଡ଼: ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ସିଂ ମାନ ଧୂରୀ ଆସନରୁ ବିପୁଳ ବିଜୟ ହାସଲ କରିଛନ୍ତି। ପଞ୍ଜାବରେ ଆପ୍ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ଭଗବନ୍ତ ସିଂ ମାନଙ୍କ ନେତୃତ୍ୱରେ ସରକାର ଗଢ଼ିବାକୁ ଯାଉଛି । ଧୂରୀ ଆସନରୁ ବିଜୟ ପରେ ମାନ୍ କହିଛନ୍ତି ଯେ ସେ ସହିଦ୍ ଭଗତ ସିଂଙ୍କ ଗାଁ ଖଟକରକଲାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ କହିଛନ୍ତି ମୁଁ ରାଜ ଭବନରେ ନୁହେଁ ଭାଗବତ ସିଂର ଖଟକରକଲାନ ଗ୍ରାମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବି।

ଏହା ସହିତ ମାନ୍ କହିଛନ୍ତି ଯେ ତାଙ୍କ ସରକାରରେ କୌଣସି ସରକାରୀ କାର୍ଯ୍ୟାଳୟରେ ତାଙ୍କ ଫଟୋ ରହିବ ନାହିଁ, ବରଂ ସହିଦ୍ ଭଗତ ସିଂ ଏବଂ ବାବାସାହେବ ଆମ୍ବେଦକରଙ୍କ ଫଟୋ ଲଗାଯିବ। ମାନ ୫୮,୨୦୬ ଭୋଟ ବ୍ୟବଧାନରେ ଧୁରୀ ଆସନ ଜିତିଛନ୍ତି |

Comments are closed.