ପଞ୍ଜାବ ନିର୍ବାଚନ: ଭଗବନ୍ତ ସିଂ ମାନ ହେବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ଼: ପଞ୍ଜାବ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି(ଆପ୍) ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଭଗବନ୍ତ ସିଂ ମାନ ହେବେ ଦଳର ସିଏମ ପ୍ରାର୍ଥୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ଭଗବନ୍ତ ମାନଙ୍କ ନାମ ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର ଲୋକଙ୍କ ମତ ଆଧାରରେ ଆମେ ସିଏମ୍ ଚେହେରା ବାଛିଛୁ।

ଭଗବନ୍ତ ମାନ ହେଉଛନ୍ତି ଆପ୍ ର ପଞ୍ଜାବ ୟୁନିଟ୍ ମୁଖ୍ୟ ‌। ସେ ସାଙ୍ଗରୁର ଲୋକସଭା ଆସନରୁ ସାଂସଦ ମଧ୍ୟ ଅଛନ୍ତି | ପଞ୍ଜାବରେ ଭଗବନ୍ତ ମାନ ଆମ୍ ଆଦମୀ ପାର୍ଟିର ସବୁଠାରୁ ଲୋକପ୍ରିୟ ନେତା।

ଗତ ସପ୍ତାହରେ କେଜ୍ରିୱାଲ ଏକ ମୋବାଇଲ୍ ନମ୍ବର ଜାରି କରି ପଞ୍ଜାବର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେମାନଙ୍କର ପ୍ରିୟ ପ୍ରାର୍ଥୀଙ୍କ ନାମ ଦେବାକୁ ନିବେଦନ କରିଥିଲେ। କେଜ୍ରିୱାଲ କହିଛନ୍ତି ଯେ, ୯୩ ପ୍ରତିଶତ ଲୋକ ଭଗବନ୍ତ ମାନଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ।କେଜ୍ରିୱାଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ପ୍ରାୟ ୨୧ ଲକ୍ଷ ୫୯ ହଜାରରୁ ଅଧିକ ଲୋକଙ୍କ ମତାମତ ଆମକୁ ମିଳିଛି।

କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧଙ୍କ ନାମରେ ତିନି ପ୍ରତିଶତ ଭୋଟ୍ ଆସିଛି। କିଛି ଭୋଟ୍ ମଧ୍ୟ ମୋ ସପକ୍ଷରେ ଆସିଛି ବୋଲି ସେ କହିଛନ୍ତି। କିନ୍ତୁ ସେଗୁଡ଼ିକ ଆମେ ଖାରଜ କରିଦେଇଛୁ ବୋଲି କେଜ୍ରିୱାଲ କହିଛନ୍ତି ।

Comments are closed.