ଜନ୍ମଦିନରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନ ଲାଲ ଶର୍ମା

ଜୟପୁର: ଆଜି ଭଜନ ଲାଲ ଶର୍ମାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ | ଆଜି ତାଙ୍କର ଜନ୍ମଦିନ ।‌ ଏବଂ ଆଜି ମଧ୍ୟ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଜୟପୁରର ଐତିହାସିକ ଆଲବର୍ଟ ହଲ୍ ବାହାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଭଜନଲାଲଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ମଧ୍ୟ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ ଏବଂ ବିଜେପି ଶାସିତ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀ ସାମିଲ ହେବେ।

ରାଜସ୍ଥାନ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିବା ଭଜନ ଲାଲ ଶର୍ମା ସାଙ୍ଗାନେର ଆସନରୁ ପ୍ରଥମ ଥର ବିଧାୟକ ହୋଇଛନ୍ତି। ସେ ଚାରି ଥର ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ରହିଛନ୍ତି। ଆରଏସ୍ଏସ୍ ଓ ଏବିଭିପି ସହ ଜଡ଼ିତ ଅଛନ୍ତି ଭଜନ ଲାଲ ।

Comments are closed.