କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ, ଦିଲ୍ଲୀ-ଅମୃତସର ରାଜପଥ ଅବରୋଧ କଲେ ଚାଷୀ, ଭାରତ ବନ୍ଦକୁ ବିରୋଧୀ ଦଳଙ୍କ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଗତ ୧୦ ମାସ ଧରି ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆଜି ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍)ର ନେତୃତ୍ୱରେ ୪୦ କୃଷକ ସଂଗଠନ ଏହି ବନ୍ଦ ‌ଡ଼ାକରା ଦିଆଯାଇଛି । ସକାଳ ୬ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ।

କଂଗ୍ରେସ ସହ ବହୁ ବିରୋଧୀ ଦଳ ମଧ୍ୟ କୃଷକଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଛନ୍ତି । ବିଶେଷକରି ଉତ୍ତର ଭାରତରେ ଏହି ବନ୍ଦର ଅଧିକ ପ୍ରଭାବ ଅନୁଭୂତ ହୋଇଛି । ଚାଷୀମାନେ ଆଜି ସକାଳୁ ଦିଲ୍ଲୀ-ଅମୃତସର ରାଜପଥ ଅବରୋଧ କରିଛନ୍ତି । ଫଳରେ ଉଭୟ ପଟୁ ଅନେକ ଯାନବାହାନ ରାସ୍ତାରେ ଅଟକି ରହିଛନ୍ତି । ଅନେକ ସ୍ଥାନରେ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି ।

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (ଏଆଇବିଓସି) ‘ଭାରତ ବାନ୍ଦ’ କୁ ସମର୍ଥନ ଜଣାଇଛି। ତେଣୁ ଆଜି ଅନେକ ବ୍ୟାଙ୍କ୍ ର କାର୍ଯ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି।

ସଂଯୁକ୍ତ କିସାନ୍ ମୋର୍ଚା କହିଛି ଯେ ଭାରତ ବନ୍ଦରେ ବିଭିନ୍ନ ଶ୍ରମିକ ସଂଘ, ଟ୍ରେଡ ୟୁନିଅନ, କର୍ମଚାରୀ ଏବଂ ଛାତ୍ର ସଂଗଠନ ସହ ମହିଳା ସଂଗଠନ ଏବଂ ପରିବହନ ସଂଘ ବି ସାମିଲ ହୋଇଛନ୍ତି।

Comments are closed.