ଭାରତ ବାୟୋଟେକର ନାଜାଲ୍ କୋଭିଡ୍ ଟିକାକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ର ଇଣ୍ଟ୍ରାନାଜାଲ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) ଙ୍କ ଅନୁମତି ମିଳିଛି | କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବୀୟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହା ଭାରତର ପ୍ରଥମ କୋଭିଡ୍ ଟିକା ଯା‌ହା ନାକ ମାଧ୍ୟମରେ ଦିଆଯିବ। ଏହାପୂର୍ବରୁ ଅଗଷ୍ଟ ୧୫ରେ ନାଜାଲ୍ କୋଭିଡ୍-୧୯ ଟିକାର ତୃତୀୟ ପର୍ଯ୍ୟାୟ ସଫଳ ପରୀକ୍ଷଣ ନେଇ କମ୍ପାନୀ ଘୋଷଣା କରିଥିଲା ​​| ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ (ବିବିଏଲ୍) ରିପୋର୍ଟରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ନିୟନ୍ତ୍ରିତ କ୍ଲିନିକାଲ ଟ୍ରାଏଲରେ ନାଜାଲ୍ କୋଭିଡ୍-୧୯ ଟିକା ‘ବିବିଭି୧୫୪’ ନିରାପଦ, ସହନଶୀଳ ଏବଂ ପ୍ରତିଷେଧାତ୍ମକ ସାବ୍ୟସ୍ତ ହୋଇଛି।

Comments are closed.