ଗାନ୍ଧିନଗର: ଭୁପେନ୍ଦ୍ର ପଟେଲ ପୁଣି ଥରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ । ଆଜି ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ର ପଟେଲ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ ହୋଇଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ବିଧାୟକଙ୍କ ଦଳର ବୈଠକ ବସିଥିଲା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ଏବଂ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପର୍ଯ୍ୟବେକ୍ଷକ ଭାବରେ ଏହି ବୈଠକରେ ଯୋଗ ଦେଇଥିଲେ। ବିଜେପି ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ର ପଟେଲଙ୍କ ନାମ ସର୍ବସମ୍ମତି କ୍ରମେ ପାରିତ ହୋଇଛି।
ଡିସେମ୍ବର ୧୨ ରେ ଭୁପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସଂସଦୀୟ ବୋର୍ଡର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।
୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ୧୫୬ଟି ଆସନ ଜିତିଥିଲା । ଦଳ କ୍ରମାଗତ ସପ୍ତମ ଥର ରାଜ୍ୟରେ ସରକାର ଗଠନ କରିବ।
Comments are closed.