୬ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବିଜେଡିର ୬ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭିବେ ନିଯୁକ୍ତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ସେମାନଙ୍କୁ ଦାୟିତ୍ଵ ଦିଆଯାଇଛି ।

ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ମହେଶ୍ୱର ମହାନ୍ତି ଓ ପ୍ରତାପ ଜେନା ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ମହେଶ୍ୱର ମହାନ୍ତିଙ୍କୁ ମୟୂରଭଂଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେ କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ବି ରହିବେ ।

ପ୍ରସନ୍ନ ଆଚାର୍ଯ୍ୟ ୬ଟି ଜିଲ୍ଲା- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର ଜିଲ୍ଲା ଦାୟିତ୍ୱରେ ରହିବେ । ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ପୁରୀ,ବୈ।ଦ୍ଧ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦେଇଛନ୍ତି ଦଳ ସୁପ୍ରିମୋ । ପ୍ରତାପ ଜେନାଙ୍କୁ ସର୍ବାଧିକ ୭ଟି ଜିଲ୍ଲା-ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଦାୟିତ୍ଵ ଦିଆଯାଇଛି। ନିରଞ୍ଜନ ପୂଜାରୀ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ରହିବେ ।ପ୍ରମିଳା ମଲ୍ଲିକଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,ଗଜପତି ଜିଲ୍ଲା ଦାୟିତ୍ଵ ଦିଆଯାଇଛି।

Comments are closed.