ବ୍ରଜରାଜନଗର ମୁନିସିପାଲିଟିରେ ବିଜୁ ଜନତା ଦଳ କାର୍ଯ୍ଯାଳୟ ଉଦଘାଟିତ

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବ୍ରଜରାଜନଗର ମ୍ୟୁନିସିପାଲଟି ରେ ବିଜୁ ଜନତା ଦଳ କାର୍ଯ୍ଯାଳୟ ଉଦଘାଟିତ । ବ୍ରଜରାଜନଗର ମୁନିସିପାଲଟି ରେ ଅବସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ଼ ଉପାଦକ୍ଷ ସଞ୍ଜୟ ଦାସବର୍ମା, ଅତାବିରା ବିଧାୟୀକା ସ୍ନେହାଙ୍ଗିନୀ ଛୁରୀଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡ଼ି ପ୍ରାର୍ଥୀନୀ ଅଳକା ମହାନ୍ତି ପ୍ରମୁଖ ବିଜୁ ଜନତା ଦଳର କାର୍ଯ୍ଯାଳୟ ଉଦଘାଟନ କରିଥିଲେ ।

କାର୍ଯ୍ଯାଳୟ ଉଦଘାଟନ ପରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଉପ ନିର୍ବାଚନ ରେ ସମସ୍ତ କର୍ମୀ ଙ୍କୁ ସକ୍ରିୟତା ସହ ଦଳ ପାଇଁ ପ୍ରଚାର କରିବା ସହ ବହୁ ଭୋଟ ରେ ବିଜେଡ଼ି ପ୍ରାର୍ଥୀନୀ ଅଳକା ମହାନ୍ତି ଙ୍କୁ ବିଜୟି କରିବା ପାଇଁ ଆହ୍ଵାନ କରାଯାଇଥିଲା ।

ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଇପିକଲ ଅଧ୍ୟକ୍ଷ ପ୍ରଭାଦିତ୍ୟ ମିଶ୍ର, ମୁନିସିପାଲିଟି ଅଧ୍ୟକ୍ଷ ଯାଜ୍ଞସେନୀ ଓରାମ୍, ମହିଳା କମିଶନ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ, ବିଜେଡ଼ି ରାଜ୍ଯ ଯୁଗ୍ମ ସମ୍ପାଦକ ସଞ୍ଜିତ୍ ମହାନ୍ତି, କୃଷକ ସେଲ ସାଧାରଣ ସମ୍ପାଦକ କିଶୋର ମେହେର, ପୂର୍ବତନ ମୁନିସିପାଲିଟି ଅଧ୍ୟକ୍ଷ ନନ୍ଦ କିଶୋର ଅଗ୍ରୱାଲ, ଉପାଦକ୍ଷ ଗୋପାଳ ସୀତାନି, ବିଶ୍ୱନାଥ ନାୟକ, ଜୟନ୍ତ ଦୀକ୍ଷିତ, ରାମ ରାଓ, ଯୁବ ବିଜେଡ଼ି ଜୋନ ସଭାପତି ଅଭିନାଷ ଠାକୁର, ଛାତ୍ର ଜୋନ ସଭାପତି ମିଳନ ହୋତା, ଦେବ ଜ୍ୟୋତି ପଟ୍ଟନାୟକ, ରାଜ୍ୟ ମହିଳା ଉପସଭାପତି ସାଧନା ସାମନ୍ତରାୟ,ମହିଳା ବିଜେଡ଼ି ସଭାନେତ୍ରୀ ନଳିନୀ ପ୍ରଧାନ, ନଗର ସଭାପତି ତପନ ପ୍ରଧାନ, ପ୍ରତିମା ମକର, କାଉନସିଲର ଦ୍ରୌପଦୀ ମେହେର, କିରଣ ଛତ୍ରୀୟା , ମୀନା ନାୟକ, ଗିରୀଶ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକlଭିମୁଖୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Comments are closed.