ସଂସଦର ଶୀତ ଅଧିବେଶନରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି

ନୂଆଦିଲ୍ଲୀ – ସଂସଦର ଶୀତ ଅଧିବେଶନରେ ବିଜେଡି ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ । ମହିଳାଙ୍କୁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ପ୍ରସଙ୍ଗ ଦଳ ଉଠାଇବ ବୋଲି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି । ସଂସଦର ଶୀତ ଅଧିବେଶନ ନେଇ ବସିଥିବା ସର୍ବଦଳୀୟ ବୈଠକ ପରେ ଏ ସୂଚନା ଦେଇଛନ୍ତି ପିନାକୀ ମିଶ୍ର।
ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ସହ କଥା ହୋଇଛନ୍ତି । ଏହା ବିଜେଡିର ପୁରୁଣା ଦାବି । ସେହିପରି ଅନୁସୂଚିତ ଜନଜାତି ବର୍ଗରେ ସାମିଲ ହେବା ସଂକ୍ରାନ୍ତ ବିଲ୍ ଆଗାମୀ ଅଧିବେଶନରେ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ସେଥିରେ ଆମ ଓଡ଼ିଶାର ଦାବି ମୁତାବକ ଜାତିଗୁଡ଼ିକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇଛି କି ନାହିଁ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । ବିଲ୍ କପି ଆମକୁ ମିଳିନି । ଅଧିବେଶନ ସମୟରେ ମିଳିଲେ ସେଥିରେ ଓଡ଼ିଶାର ଦାବିକୁ ସାମିଲ କରାଯାଇଛି କି ନାହିଁ ତାହା ଜଣାପଡ଼ିବ ବୋଲି ପିନାକୀ ମିଶ୍ର କହିଛନ୍ତି।

Comments are closed.