ମମତା ବାନାର୍ଜୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗ, ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ୨୪ ଘଣ୍ଟା ପ୍ରଚାର ମନା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ ନିର୍ବାଚନ କମିଶନ ମଙ୍ଗଳବାର କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ୨୪ ଘଣ୍ଟା ପାଇଁ ପ୍ରଚାରରୁ ବାରଣ କରିଛନ୍ତି।

ଗଙ୍ଗୋପାଧ୍ୟାୟ ମେ ୧୫ରେ ପଶ୍ଚିମବଙ୍ଗର ହଲଦିଆରେ ଏକ ନିର୍ବାଚନୀ ସଭାରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।ଗଙ୍ଗୋପାଧ୍ୟାୟଙ୍କ ବିରୋଧରେ ପ୍ରଚାର କଟକଣା ଅବଧି ମଙ୍ଗଳବାର ଅପରାହ୍ନ ୫ଟାରୁ ଲାଗୁ ହେବ ।

ଅଭିଜିତ ଗଙ୍ଗୋପାଧ୍ୟାୟ ମାର୍ଚ୍ଚ ୫ରେ କଲିକତା ହାଇକୋର୍ଟର ଜଷ୍ଟିସ ପଦରୁ ଇସ୍ତଫା ଦେଇଥିଲେ। ଜଷ୍ଟିସ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗ ଦେଇଥିଲେ। ଚଳିତ ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ପଶ୍ଚିମବଙ୍ଗର ତାମୁଲକ ଆସନରୁ ପ୍ରାର୍ଥୀ କରିଛି। ସମ୍ପ୍ରତି ଟିଏମସିର ଦିବ୍ୟେନ୍ଦୁ ଅଧିକାରୀ ଏଠାରୁ ସାଂସଦ ଅଛନ୍ତି।

Comments are closed.