ପ୍ରାୟ ୫୦୦୦ କୋଟି ଟଙ୍କାର ସମ୍ପତ୍ତି ସହ ବିଜେପି ଦେଶର ସବୁଠାରୁ ଧନଶାଳୀ ଦଳ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ହେଉଛି ଭାରତର ସବୁଠାରୁ ଧନଶାଳୀ ରାଜନୈତିକ ଦଳ । ବିଜେପିର ପାଣ୍ଠି ସର୍ବାଧିକ ଘୋଷିତ ରାଶି ଭାବରେ ରେକର୍ଡ କରାଯାଇଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର୍) ନାମକ ସଂସ୍ଥାର ସର୍ଭେରେ ଏହା କୁହାଯାଇଛି । ଏଡିଆର୍ ରିପୋର୍ଟକୁ କୁହାଯାଇଛି ଯେ ୨୦୧୯ ରୁ ୨୦୨୦ ମଧ୍ୟରେ ବିଜେପି ୪,୮୪୭.୭୮ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଛି। ଏହି ସମ୍ପତ୍ତି ଅନ୍ୟ ସମସ୍ତ ରାଜନୈତିକ ଦଳର ୬୯.୩୭ ପ୍ରତିଶତ । ବିଜେପି ପରେ ଦ୍ବିତୀୟ ସ୍ଥାନରେ ବହୁଜନ ସମାଜ ପାର୍ଟି (ବିଏସପି) ରହିଛି। ବିଏସପି ପାଖରେ ୬୯୮.୩୩ କୋଟି ଟଙ୍କା ସମ୍ପତ୍ତି ଅଛି । ତିନି ନମ୍ବରରେ କଂଗ୍ରେସ ଦଳ ୫୮୮.୧୬ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଛି। ବିଶ୍ଳେଷଣ ଅନୁଯାୟୀ, ୨୦୧୯ ରୁ ୨୦୨୦ ମଧ୍ୟରେ ସାତୋଟି ଜାତୀୟ ଏବଂ ୪୪ ଟି ଆଞ୍ଚଳିକ ଦଳ ଦ୍ବାରା ଘୋଷିତ ମୋଟ ସମ୍ପତ୍ତି ୬,୯୮୮.୫୭ କୋଟି ଏବଂ ୨,୧୨୯.୩୮ କୋଟି ଟଙ୍କା ଥିଲା।

୨୦୧୯-୨୦ ରେ ଜାତୀୟ ତଥା ଆଞ୍ଚଳିକ ଦଳର ସମ୍ପତ୍ତି ଏବଂ ଦାୟିତ୍ବ ଉପରେ ବିଶ୍ଳେଷଣକୁ ଆଧାର କରି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଏହାର ରିପୋର୍ଟକୁ ସାର୍ବଜନୀନ କରିଛି । ବିଶ୍ଳେଷଣ ଅନୁଯାୟୀ, ଏହି ସମୟ ମଧ୍ୟରେ ସାତଟି ଜାତୀୟ ଏବଂ ୪୪ ଆଞ୍ଚଳିକ ଦଳ ଦ୍ୱାରା ଘୋଷିତ ସମୁଦାୟ ସମ୍ପତ୍ତି ଯଥାକ୍ରମେ ୬,୯୮୮.୫୭ କୋଟି ଏବଂ ୨,୧୨୯.୩୮ କୋଟି ଟଙ୍କା ।

Comments are closed.