ବଳାତ୍କାର ମାମଲାରେ ବିଜେପି ବିଧାୟକଙ୍କୁ ୨୫ ବର୍ଷ ଜେଲ୍

ଲକ୍ଷ୍ନୌ: ଏକ ନାବାଳିକା ବଳାତ୍କାର ମାମଲାରେ ଉତ୍ତର ପ୍ରଦେଶର ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏଥିସହ କୋର୍ଟ ଗୋଣ୍ଡଙ୍କ ଉପରେ ୧୦ ଲକ୍ଷ ଜରିମାନା ଲଗାଇଛନ୍ତି। ଡିସେମ୍ବର ୧୨ରେ କୋର୍ଟ ଏହି ମାମଲାରେ ବିଜେପି ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡାଦେଶ ପରେ ରାମଦୁଲାର ବିଧାୟକ ପଦ ହରାଇବା ଥୟ ।

୨୦୨୨ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଦୁଧି ନିର୍ବାଚନମଣ୍ଡଳୀରୁ ଜିତିଥିଲେ ରାମଦୁଲାର ।

ସୂଚନାନୁସାରେ, ୪ ନଭେମ୍ବର ୨୦୧୪ରେ ରାମଦୁଲାର ଜଣେ ନାବାଳିକାକୁ ବଳାତ୍କାର କରିଥିଲେ। ନାବାଳିକା ଶୌଚ ପାଇଁ ନିକଟସ୍ଥ ପଡିଆକୁ ଯାଇଥିବାବେଳେ ରାମଦୁଲାର ତାକୁ ବଳାତ୍କାର କରିଥିଲେ। ଘଟଣା ସମୟରେ ରାମଦୁଲାରଙ୍କ ପତ୍ନୀ ସରପଞ୍ଚ ଥିଲେ। ଏହାପରେ ମଧ୍ୟ ପୀଡ଼ିତାଙ୍କୁ ଧମକ ଦେଇ ପ୍ରାୟ ଏକ ବର୍ଷ ଧରି ବଳାତ୍କାର କରିଥିଲେ ରାମଦୁଲାର ।

Comments are closed.