ହିମାଚଳ ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ସିରାଜ ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ଶିମଲା: ଶାସକ ବିଜେପି ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କୁ ସିରାଜ ଆସନରୁ ପ୍ରାର୍ଥୀ କରାଯାଇଛି।

୬୮ଟି ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାର ବାକି ୬ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା ପରେ କରିବ।
ପ୍ରଥମ ତାଲିକାରେ ବିଜେପି ୫ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି।

ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। କଂଗ୍ରେସର ଚେତରାମ ଠାକୁରଙ୍କ ସହ ତାଙ୍କର ମୁକାବିଲା ହେବ ।

କଙ୍ଗଡାରୁ ପୱନ କାଜଲ, ପାଲାମପୁରରୁ ତ୍ରିଲୋକ କପୁର, ବାଜନାଥରୁ ମୁଲଖରାଜ ପ୍ରେମି, ମଣ୍ଡିରୁ ଅନିଲ ଶର୍ମା, ଫତେହପୁରରୁ ରାକେଶ ପଠାନିଆଙ୍କୁ ପ୍ରାର୍ଥୀ କରାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସ ମଧ୍ୟ ୪୬ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା।

ହିମାଚଳ ପ୍ରଦେଶର ନିର୍ବାଚନ ନଭେମ୍ବର ୧୨ରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୮ରେ ରାଜ୍ୟରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ।

Comments are closed.