ଲାଞ୍ଚ ନେବାବେଳେ ଆସ୍କା ବିଭିଓଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର – ଆସ୍କା ବିଭିଓ ( ବ୍ଲକ ଭେଟ୍ରିନାରି ଅଫିସର ) ଡାକ୍ତର ରବିନାରାୟଣ ସାହୁଙ୍କୁ ଲାଞ୍ଚ ନେବାବେଳେ ଗିରଫ କରିଛି ଭିଜିଲାନ୍ସ। ମୋବାଇଲ ଭେଟ୍ରିନାରି ୟୁନିଟ – ଏମଭିୟୁରେ ବ୍ୟବହାର ହେଉଥିବା ଏକ ବେସରକାରୀ ଗାଡ଼ିର ମାଲିକଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା କ୍ରମେ ଛକିଥିବା ଭିଜିଲାନ୍ସ କର୍ମଚାରୀମାନେ ବିଭିଓ ସାହୁଙ୍କୁ ମାଡ଼ି ବସିଥିଲେ । ଗାଡ଼ିକୁ ସେବାରେ ଜାରି ରଖିବା ସଂପର୍କିତ ଫାଇଲ ପ୍ରସେସିଂ ବାବଦ ମାଲିକଙ୍କଠାରୁ ବିଭିଓ ଲାଞ୍ଚ ମାଗିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଆସ୍କା ବିଭିଓଙ୍କ ତିନିଟି ଠିକଣାରେ ଏକକାଳୀନ ଚଢ଼ାଉ କରି ଛି ଭିଜିଲାନ୍ସ।

Comments are closed.