ଶୈକ୍ଷିକ ଭିଭିଭୂମି ବିକାଶରେ ଓଡିଶା ମଡେଲକୁ ବୋଡୋଲ୍ୟାଣ୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରଶଂସା

ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି ‘ମୋ ସ୍କୁଲ ଅଭିଯାନ’

ଭୁବନେଶ୍ଵର- ଜାତୀୟ ସ୍ତରରେ ପ୍ରଶଂସା ସାଉଁଟୁଛି ଓଡିଶାର “ମୋ ସ୍କୁଲ ଓ ୫-ଟି ହାଇସ୍ତୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ । ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରିବା ସହ ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି । ଏହାର ଉଚ୍ଚପ୍ରଶଂସା କରିବା ସହ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି ।

ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ ରିଜିଅନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରାଙ୍କ ସହ ଏକ ଟିମ୍‌ ୩ ଦିନିଆ ଓଡିଶା ଗସ୍ତରେ ଆସି ମୋ ସ୍କୁଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମୋ ସ୍କୁଲ ଅଭିଯାନର ବରିଷ୍ପ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ ଶିକ୍ଷାନୁଷ୍ଠାନ ସହିତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାରେ ଏକ ନୂତନ ଦିଗ ଦେଖାଇଛି । ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ସମ୍ମିଳିତ ହୋଇ ଭିଭିଭୂମିକୁ ସଂଗଠିତ କରିବା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହାସହ ନିଜେ ପଢ଼ିଥିବା ଶିକ୍ଷାନୁଷ୍ଠାନକୁ ଶ୍ରମଦାନ ଭଳି ଅଭିନବ ପ୍ରୟାସ ଏବେ ସର୍ବଭାରତୀୟ ସ୍ତରରେ ଉଦାହରଣ ପାଲଟିଛି । ସେହିଭଳି ଗୋଷ୍ଠୀ ସହଭାଗିତାର ମଡେଲ ତାଙ୍କୁ ବେଶ୍‌ ଅନୁପ୍ରାଣିତ କରିଥୁବା ବୋରୋ କହିଛନ୍ତି ।

ଅନ୍ୟପକ୍ଷରେ ୫-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ତାଙ୍କୁ ପ୍ରଭାବିତ କରିଥିଲା। ୫-ଟି ହାଇସ୍କୁଲ ରୂପାନ୍ତରୀକରଣରେ ଉଚ୍ଚ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ପରିବର୍ତ୍ତନ ଏବଂ ଶୈକ୍ଷିକ ବାତାବରଣର ଉନ୍ନତିକୁ ସେ ଖୁବ୍‌ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ଯାଜପୁର ଜିଲ୍ଲା ଦାନଗଦି ସ୍ଥିତ ବୁଢ଼ାରଜା ସରକାରୀ ବିଦ୍ୟାପୀଠ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ- ଶିକ୍ଷୟିତ୍ରୀଙ୍କ ସହ କାର୍ଯ୍ୟକ୍ରମର ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଥଲେ । ଆହୁରି ମଧ୍ୟ ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ – ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍‌ ଆଦି ଅନୁଧ୍ୟାନ କରି ୫-“ଟି” ହାଇସ୍କୁଲ ରୂପାନ୍ତରୀକରଣରେ ହୋଇଥୁବା ଡିଜିଟାଲ ଟ୍ରାନସଫର୍ମେସନକୁ ପ୍ରଶଂସା କରିଥିଲେ । ଉନ୍ନତ ଭିତ୍ତିଭୂମି ପିଲାମାନଙ୍କ ସାମର୍ଥ୍ଯକୁ ଚିହ୍ନଟ କରି ସେମାନଙ୍କ ସ୍ଵପ୍ନ ସାକାର କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ସରକାରଙ୍କର ମୋ ସ୍କୁଲ ଅଭିଯାନ ସହ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇଥିବାବେଳେ ସେମାନେ ୩୦୦ କୋଟିରୁ ଅଧିକ ଆର୍ଥିକ ଅନୁଦାନ ଦେଇ ଶିକ୍ଷାନୁଷ୍ଠାନର ବିକାଶ କରିଛନ୍ତି । ଉକ୍ତ ଅର୍ଥରାଶି ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଅର୍ଥରାଶି ମିଶାଇ ପ୍ରାୟ ୫୦ ହଜାର ସ୍କୁଲରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଓଡିଶାର ଏହି ଅଭିନବ ମଡେଲ ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି । ଏହି ଗସ୍ତ ସମୟରେ ଅନୁଷ୍ପିତ ବୈଠକରେ “ମୋ ସ୍କୁଲ”ର ଭାରପ୍ରାପ୍ତ ଅଧିକାରୀ ମଣିପ୍ରସାଦ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ମଣିପ୍ରସାଦ ମିଶ୍ର ମୋ ସ୍କୁଲ କଫି ଟେବୁଲ ବୁକ୍‌ ଓ ନ୍ୟୁଜ୍‌ଲେଟର ପ୍ରମୋଦ ବୋରୋଙ୍କୁ ପ୍ରଦାନ କରିଥିଲେ।

Comments are closed.