ପୁଳା ପୁଳା ଟଙ୍କା ମିଳିବା ପରେ ବୈପାରିଗୁଡା ଥାନା ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ

ବୈପାରିଗୁଡ଼ା – ଗିରଫ ହେଲେ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ପୁଳା ପୁଳା ଆୟ ବହିର୍ଭୂତ ନଗଦ ଟଙ୍କା ଜବତ ହେଲା ପରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ।ସୁଶାନ୍ତଙ୍କ ନିକଟରୁ ୩୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କର କଟକ ବକ୍ସିବଜାର ଘରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିବାବେଳେ ବୈପାରିଗୁଡ଼ା କାର୍ଟରରୁ ୩ ଲକ୍ଷ, ଥାନା ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଓ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏସବୁ ୫ଶହ ଟଙ୍କିଆ ନୋଟ୍ ବୋଲି ସୂଚନା ମିଳିଛି । ଏତେ ଟଙ୍କା ଆଣିଲେ ସେନେଇ କଟକ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରୁଛି ।

ଗତକାଲି ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ସୁଶାନ୍ତ କୁମାର ଶତପଥୀ । ଗତକାଲି ସଂଧ୍ୟାରେ ବସରେ ଟଙ୍କା ନେଇ କଟକ ଯାଉଥିବା ବେଳେ ତାଙ୍କୁ ଅଟକାଇ ଦୁଇ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି।

ପରେ ବୈପାରିଗୁଡା ଥାନାରେ ତାଙ୍କ ଚ୍ୟାମ୍ବରରୁ ୧ ଲକ୍ଷ ୮୦ ହଜାର, ସେଠାକାର କ୍ବାର୍ଟରରୁ ୩ ଲକ୍ଷ ଓ ଆଜି ଆଜି କଟକ ଘରୁ ଆଉ ୨୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଏଯାଏ ମୋଟ ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ କଲାଣି ଭିଜିଲାନ୍ସ । ଏହାଛଡ଼ା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

Comments are closed.