ଜାମିନ ପାଇଁ ଆର୍ୟନଙ୍କ ଅପେକ୍ଷା ବଢ଼ିଲା, ମଙ୍ଗଳବାର ଶୁଣାଣି କରିବେ ହାଇକୋର୍ଟ

ମୁମ୍ବାଇ: ଆର୍ୟନ ଖାନଙ୍କ ଜାମିନ ଉପରେ ଶୁଣାଣି ୨୬ ଅକ୍ଟୋବର ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ହେବ। ଅକ୍ଟୋବର ୨୦ରେ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି ପାଇଁ ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରିଛନ୍ତି। ଫଳରେ ଜାମିନ ପାଇଁ ଆର୍ୟନଙ୍କ
ଅପେକ୍ଷା ବଢ଼ିଛି ।

ଆର୍ୟନ ବର୍ତ୍ତମାନ ଆର୍ଥର୍ ରୋଡ୍ ଜେଲ୍ ରେ ଅଛନ୍ତି | ଆଜି ସକାଳେ ତାଙ୍କ ପିତା ତଥା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ତାଙ୍କୁ ଭେଟିବା ପାଇଁ ଜେଲ ଯାଇଥିଲେ। ଗିରଫ ହେବା ପରେ ଶାହାରୁଖଙ୍କ ସହ ଏହା ଆର୍ୟନଙ୍କ ପ୍ରଥମ ସାକ୍ଷାତ ଥିଲା। ତାଙ୍କୁ ଜେଲରୁ ବାହାର କରିବା ପାଇଁ ଆର୍ୟନଙ୍କ ଓକିଲମାନେ କଠିନ ପରିଶ୍ରମ କରୁଥିବାବେଳେ ଜାମିନ ଆବେଦନ ଶୁଣାଣି ତାରିଖ ଘୁଞ୍ଚାଇ ଦିଆଯାଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଦୀପାବଳି ଛୁଟି ଆରମ୍ଭ ହୋଇଯିବ | ଯଦି ଆର୍ୟନଙ୍କୁ ଜାମିନ ନ ମିଳେ ତେବେ ତାଙ୍କୁ ଦୀପାବଳି ମଧ୍ୟ ଜେଲରେ କାଟିବାକୁ ପଡ଼ିପାରେ।

Comments are closed.