ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଛାଡ଼ିଲେ ସାଂସଦ ପଦ

ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ସଂସଦକୁ ବିଭ୍ରାନ୍ତ କରିବା ନେଇ ତାଙ୍କୁ ଦଣ୍ଡିତ କରାଯିବା ସମ୍ଭାବନା ଥିବାରୁ ଜନସନ ଏହି ନିଷ୍ପତ୍ତି ନେଇଛନ୍ତି ।

କରୋନା ମହାମାରୀ ସମୟରେ ବିଭିନ୍ନ ସରକାରୀ ସଭାରେ ଲକଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗ ନେଇ ସଂସଦରେ ବିଭ୍ରାନ୍ତିକର ବିବୃତ୍ତି ରଖିଥିଲେ ‌‌ଜନସନ । ଏନେଇ ତଦନ୍ତ ରିପୋର୍ଟ ଆସିବା ପରେ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

ଜନସନ ଏକ ବିବୃତ୍ତିରେ ବିରୋଧୀ ତାଙ୍କୁ ସଂସଦରୁ ବହିଷ୍କାର କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ।

ଅନେକ ଦୁର୍ନୀତି ଅଭିଯୋଗ ମଧ୍ୟରେ ଜନସନ ୨୦୨୨ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ସାଂସଦ ଭାବେ ପଦ ବଜାୟ ରଖିଥିଲେ।

Comments are closed.