ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ବିରୋଧରେ ତାଙ୍କର ହିଁ ଦଳ କଂଜରଭେଟିଭ ପାର୍ଟିର କିଛି ସାଂସଦଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି । ଜନସନ ୫୯% ସମର୍ଥନ ସହ ଅନାସ୍ଥା ଭୋଟରେ ଜିତି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।
କଂଜରଭେଟିଭ ପାର୍ଟିର ୨୧୧ ସାଂସଦ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସପକ୍ଷରେ ଭୋଟ୍ ଦେଇଥିବାବେଳେ ୧୪୮ ଜଣ ତାଙ୍କ ବିପକ୍ଷରେ ଭୋଟ୍ ଦେଇଥିଲେ।
କରୋନା ମହାମାରୀ ସମୟରେ ବ୍ରିଟେନରେ ଲକଡାଉନ୍ ଜାରି ରହିଥିବା ବେଳେ ନିୟମ ଉଲ୍ଲଂଘନ କରି ଜନସନ୍ ପାର୍ଟି କରିଥିଲେ । ଏଥିପାଇଁ ଜନସନ୍ ସମାଲୋଚନାର ପାତ୍ର ହୋଇଥିଲେ । ପରେ ସେ କ୍ଷମା ମାଗିଥିଲେ। କିନ୍ତୁ ଏହି ମାମଲା ଥଣ୍ଡା ପଡ଼ିନଥିଲା ଏବଂ ତାଙ୍କ ଦଳ ବ୍ୟତୀତ ବହୁ ସାଂସଦ ବୋରିସ୍ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଚାପ ପକାଇଥିଲେ । ତାଙ୍କ ଦଳର କିଛି ସାଂସଦ ଜନସନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।
ଅନାସ୍ଥା ଭୋଟରେ ଜିତିବା ପରେ ଜନସନ୍ ପ୍ରଧାନମନ୍ତ୍ରୀ ଭାବେ ପଦ ବଜାୟ ରଖିବେ । କିନ୍ତୁ ସମାଲୋଚକମାନେ କହିଛନ୍ତି ଯେ ଜନସନଙ୍କ ବିରୋଧରେ ବଢୁଥିବା ଅସନ୍ତୋଷରୁ ସ୍ପଷ୍ଟ ସଙ୍କେତ ମିଳିଛି ଯେ ଦଳ ଭିତରେ ତାଙ୍କ ପତିଆରା ହ୍ରାସ ପାଉଛି ।
Comments are closed.