ପଞ୍ଜାବ: ପାକିସ୍ତାନ ପଟୁ ଡ୍ରୋନରେ ପଠାଯାଇଥିବା ୫୦ କୋଟି ମୂଲ୍ୟର ହେରୋଇନ୍ ଜବତ କଲା ବିଏସ୍ଏଫ୍

ଚଣ୍ଡିଗଡ଼: ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ପୁଣି ଡ୍ରୋନ୍ ଠାବ ହୋଇଛି । ପାକିସ୍ତାନ ପଟୁ ଡ୍ରୋନ୍ ଦ୍ଵାରା ଅସ୍ତ୍ରଶସ୍ତ୍ର ଏବଂ ହେରୋଇନ୍ ଭାରତୀୟ ଅଞ୍ଚଳରେ ପକାଯାଇଛି । ପଞ୍ଜାବର ଫାଜିଲକା ଜିଲ୍ଲାର ଚୁରିୱାଲା ଚୁସ୍ତି ନିକଟରେ ପାକିସ୍ତାନ ପଟୁ ଆସିଥିବା ଡ୍ରୋନରୁ ୩୦ଟି ପ୍ୟାକେଟ୍ ପକାଯାଇଥିଲା | ଏହି ସବୁ ସାମାନ ଯେଉଁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସେମାନଙ୍କୁ ଧରିବା ପାଇଁ ବିଏସ୍ଏଫ୍ ଟିମ୍ ତରଫରୁ ସର୍ଚ୍ଚ ଅପରେସନ୍ ହୋଇଥିଲେ ମଧ୍ୟ ବିଶେଷ କିଛି ସଫଳତା ମିଳିନାହିଁ।

ବିଏସଏଫ୍ ସୂଚନା ଅନୁଯାୟୀ, ଡ୍ରୋନ୍ ଦ୍ବାରା ପକାଯାଇଥିବା ୩୦ଟି ପରିତ୍ୟକ୍ତ ପ୍ୟାକେଟରୁ ୨୫ କିଲୋଗ୍ରାମ ହେରୋଇନ, ପିସ୍ତଲ, ଦୁଇଟି ମାଗାଜିନ ଏବଂ ୫୦ଟି କାର୍ଟ୍ରିଜ ଜବତ କରାଯାଇଛି। ଏହି ପ୍ୟାକେଟଗୁଡିକ ଭାରତ-ପାକିସ୍ତାନ ସୀମା ସଂଲଗ୍ନ ଚୁରିୱାଲା ଚୁସ୍ତି ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ପକାଇ ଦିଆଯାଇଥିଲା। ବିଏସ୍ଏଫ୍ ଡ୍ରୋନକୁ ଗୁଳିକରି ଖସାଇବାକୁ ଚେଷ୍ଟା କରିଥିଲା ସଫଳ ହୋଇନଥିଲା। ବିଏସ୍ଏଫ୍ ସୂଚନା ଅନୁଯାୟୀ ଜବତ ହେରୋଇନ୍‌ର ବଜାର ମୂଲ୍ୟ ୫୦ କୋଟିରୁ ଅଧିକ ହେବ।

ନିକଟରେ ମଧ୍ୟ ପଞ୍ଜାବରେ ତରନ ତାରନ ଜିଲ୍ଲାର ଖେମକାରନ ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍ ସମେତ ପାଞ୍ଚ ପ୍ୟାକେଟ ହେରୋଇନ ଜବତ କରାଯାଇଥିଲା।

Comments are closed.