ବୁମରା ଟି-୨୦ ବିଶ୍ୱକପରୁ ବାଦ୍, ସ୍ପଷ୍ଟ କଲା ବିସିସିଆଇ

ନୂଆଦିଲ୍ଲୀ: ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟି-୨୦ ବିଶ୍ୱକପରୁ ବାଦ୍ ପଡିଛନ୍ତି । ବିସିସିଆଇ ସୋମବାର ଏନେଇ ସ୍ପଷ୍ଟ କରିଛି । ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଝଟକା। ବୁମରାଙ୍କ ଫିଟନେସ ନେଇ ବିସ୍ତୃତ ବିଶ୍ଲେଷଣ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ପରେ ବିସିସିଆଇ ଡାକ୍ତରୀ ଦଳ ଏହି ନିଷ୍ପତ୍ତି ନେଇଛନ୍ତି। ପିଠିରେ ଆଘାତ ଲାଗିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବୁମରାଙ୍କୁ ବାଦ୍ ଦିଆଯାଇଥିଲା।

ବିସିସିଆଇ ଦ୍ଵାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବୋର୍ଡର ମେଡିକାଲ ଟିମ୍ ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପରୁ ବାଦ୍ ଦେଇଛି। ବିଶେଷଜ୍ଞଙ୍କ ସହ ବିସ୍ତୃତ ବିଶ୍ଲେଷଣ ଏବଂ ପରାମର୍ଶ ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ପିଠିରେ ଆଘାତ ଲାଗିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ମାଷ୍ଟରକାର୍ଡ ଟି-୨୦ ସିରିଜରୁ ବୁମରା ପ୍ରଥମେ ବାଦ ପଡିଥିଲେ। ବିସିସିଆଇ ଖୁବ ଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଦଳରେ ବୁମରାଙ୍କ ସ୍ଥାନରେ ଜଣେ ବିକଳ୍ପ ଖେଳାଳିଙ୍କୁ ସାମିଲ କରିବ |

ପିଠିରେ ଆଘାତ ଲାଗିଥିବାରୁ ବୁମରା କ୍ରିକେଟ୍ ଠାରୁ ୬ ମାସ ଦୂରେଇ ରହିପାରିନ୍ତ ବୋଲି ମନେ କରାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ବୁମରା ଦଳ ସହିତ ଥିରୁଭନନ୍ତପୁରମ୍ ଯାଇଥିଲେ, କିନ୍ତୁ ସେଠାରେ ଗୋଟିଏ ଅଭ୍ୟାସ ସେସନ୍ ପରେ ବେଙ୍ଗାଲୁରୁ ଫେରିଥିଲେ । ବିସିସିଆଇ କହିଥିଲା ଯେ ପିଠି ଯନ୍ତ୍ରଣା ଯୋଗୁଁ ସେ ପ୍ରଥମ ମ୍ୟାଚ୍‌ରେ ଖେଳିବେନି। ଦୁଇ ଦିନ ପରେ ଜଣାପଡିଥିଲା ​​ଯେ ବୁମରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ୍ ଦିଆଯାଇଛି ଯଦିଓ ଏହା ଉପରେ ବିସିସିଆଇ ପକ୍ଷରୁ କୌଣସି ଔପଚାରିକ ବିବୃତ୍ତି ଜାରି କରାଯାଇନଥିଲା ।

ବୁମରା ଏବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଥଇଥାନ କାର୍ଯ୍ୟକ୍ରମରେ ଯୋଗ ଦେବେ। ତାଙ୍କ ଅନୁପସ୍ଥିତିରେ ଚୟନକର୍ତ୍ତାଙ୍କୁ ବିଶ୍ବକପ୍ ପାଇଁ ଏକ ଭଲ ବିକଳ୍ପ ଖୋଜିବାକୁ ପଡ଼ିବ ଯାହାଦ୍ୱାରା ଡେଥ୍ ଓଭରରେ ଭାରତର ଵୋଲିଂ ସୁଦୃଢ ହୋଇ ପାରିବ |

Comments are closed.