ଗଞ୍ଜାମ ଜିଲ୍ଲା ମାଙ୍କଡଡିଆଁ ଘାଟିରେ ଓଲଟିଲା ବସ୍, ୨ ମହିଳା ଯାତ୍ରୀ ମୃତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ପାତ୍ରପୁର ଜରଡା ଥାନା ଝଗଡାପଲ୍ଲୀରେ ଦୁର୍ଘଟଣା। ଘାଟି ପାର ହେବା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଆସୁଥିବା ବେଳେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ ଦୁଇ ମହିଳା ଯାତ୍ରୀ ସରସ୍ୱତୀ ଶବର ଓ ସୁମତି ରଇତଙ୍କ ମୃତ୍ୟୁ ହୋଇଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.