“ଯଦି ମୋର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୁଏ..”, ଏଲନ୍ ମସ୍କଙ୍କ ଟ୍ବିଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବିଶ୍ବର‌ ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ୍ ମସ୍କଙ୍କ ଏକ ଟ୍ବିଟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

ମେ ୯ରେ ସେ ଏକ ଟ୍ବିଟ୍ କରି କରିଛନ୍ତି । ଏଥିରେ ସେ ଲେଖିଛନ୍ତି, “ଯଦି ମୋର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଯାଏ, ତେବେ ମୁଁ କହିବାକୁ ଚାହେଁ ଯେ ମୁଁ ଆପଣ ସମସ୍ତଙ୍କୁ ଜାଣି ଖୁସି।” ମସ୍କଙ୍କ ଏପରି ଅସ୍ପଷ୍ଟ ଟ୍ବିଟ୍ ନେଇ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଏହି ଟ୍ବିଟ୍ ପୂର୍ବରୁ ମସ୍କ ଏକ ପୋଷ୍ଟ ସେୟାର କରିଥିଲେ ଯାହା ଏକ ସ୍କ୍ରିନସଟ୍ ପରି ମନେ ହେଉଥିଲା |

ଏହି ସ୍କ୍ରିନସଟରେ ୟୁକ୍ରେନକୁ ମିଲିଟାରୀ ଯୋଗାଯୋଗ ଉପକରଣ ଯୋଗାଣ ନେଇ ମସ୍କଙ୍କୁ ରୁଷୀୟ ଭାଷାରେ ଧମକ ଦିଆଯାଇଛି । ଏଥିରେ ଦାବି କରାଯାଇଛି ଯେ ୟୁକ୍ରେନକୁ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ଦ୍ୱାରା ଏହି ସବୁ ଉପକରଣ ପଠାଯାଇଛି।

ଏହି ସ୍କ୍ରିନ ସଟ ସହିତ ମସ୍କ ଏକ ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟ @Rogozinକୁ ଟ୍ୟାଗ୍ କରିଥିଲେ |

ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ସାହାଯ୍ୟ କରିଥିବାରୁ ଟେସଲା ସିଇଓ ମସ୍କଙ୍କୁ ରୁଷ ତରଫରୁ ବିପଦ ରହିଥିବା ଚର୍ଚ୍ଚା ହେଉଛି ।

ଫେବୃଆରୀରେ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ୟୁକ୍ରେନର ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ଯୋଗାଇଥିଲା । ୟୁକ୍ରେନ ଜଣେ ମନ୍ତ୍ରୀଙ୍କ ଅନୁରୋଧ ପରେ ମସ୍କ ଏପରି ସହାୟତା କରିଥିଲେ ।

ସପ୍ତାହେ ତଳେ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣି ଚର୍ଚ୍ଚାରେ ରହିଥିଲେ ।

Comments are closed.