ଆଜି ଆସିବ ୩ ଲୋକସଭା, ୭ ବିଧାନସଭା ଆସନର ଉପନିର୍ବାଚନ ଫଳ

ନୂଆଦିଲ୍ଲୀ: ଛଅଟି ରାଜ୍ୟରେ ତିନୋଟି ଲୋକସଭା ଏବଂ ସାତୋଟି ବିଧାନସଭା ଆସନ ପାଇଁ ଜୁନ୍ ୨୩ ରେ ଅନୁଷ୍ଠିତ ଉପ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ବିଧାନସଭା ଉପନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀ ହେଉଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା।

ଉତ୍ତରପ୍ରଦେଶର ରାମପୁର, ଆଜମଗଡ ଏବଂ ପଞ୍ଜାବର ସାଙ୍ଗରୁର ପାଇଁ ଲୋକସଭା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଦିଲ୍ଲୀର ରାଜେନ୍ଦ୍ର ନାଗର, ଝାଡଖଣ୍ଡର ମନ୍ଦର ସହିତ ପାଞ୍ଚଟି ରାଜ୍ୟର ସାତୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ରାମପୁର ଲୋକସଭା ଆସନରେ ବିଜେପି ପକ୍ଷରୁ ଘନଶ୍ୟାମ ସିଂ ଲୋଡି ନିର୍ବାଚନ ଲଢ଼ିଥିଲେ । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ତରୂ ଆଜାମ ଖାନଙ୍କ ପସନ୍ଦ ଆସିମ ରାଜାଙ୍କୁ ପ୍ରାର୍ଥୀ କରାଯାଇଥିଲା।

ଚଳିତ ବର୍ଷ ଫେବୃଆରୀରେ ଶିଳ୍ପ ମନ୍ତ୍ରୀ ମକାପାଟୀ ଗୌତମ ରେଡ୍ଡୀଙ୍କ ମୃତ୍ୟୁ ଯୋଗୁଁ ଆନ୍ଧ୍ରପ୍ରଦେଶ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦୁର୍ନୀତି ମାମଲାରେ ବିଧାୟକ ବନ୍ଧୁ ତିର୍କି ଦୋଷୀ ସାବ୍ୟସ୍ତ ହେବା ପରେ ଝାଡଖଣ୍ଡରେ ଉପନିର୍ବାଚନ ଚାଲିଛି।

ପଞ୍ଜାବର ସଙ୍ଗୁରର ଲୋକସଭା ଆସନ ପାଇଁ ଆମ୍ ଆଦମୀ ପାର୍ଟି ଗୁରୁମଲ ସିଂଙ୍କୁ ପ୍ରାର୍ଥୀ କରିଥିଲା ।

ଏଥି ସହ କଂଗ୍ରେସ ଧୂରୀରୁ ବିଧାୟକ ଥିବା ଦଲବୀର ସିଂ ଗୋଲଡିଙ୍କୁ ଟିକେଟ ଦେଇଛି। ଶିରୋମାନି ଅକାଳି ଦଳ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେୟନ୍ତ ସିଂଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଲୱନ୍ତ ସିଂ ରାଜୋନାଙ୍କ ଭଉଣୀ କମଲଦୀପ କୌରଙ୍କୁ ପ୍ରାର୍ଥୀ କରିଥିଲା।

Comments are closed.