ଆଜି ୬ ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟର ଏହି ଉପନିର୍ବାଚନକୁ ଟ୍ରେଲର ବୋଲି କୁହାଯାଉଛି । ଏହି ୭ଟି ବିଧାନସଭା ଆସନରେ ବିଜେପି ଓ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ସିଧାସଳଖ ଟକ୍କର ହେବ ।

ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଏବଂ ହରିଆଣାରେ ୭ ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି।

ମହାରାଷ୍ଟ୍ର ଏବଂ ବିହାରରେ କ୍ଷମତା ବଦଳିବା ପରେ ଏହି ଦୁଇ ରାଜ୍ୟରେ ପ୍ରଥମ ଥର ପାଇଁ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମହାରାଷ୍ଟ୍ରର ଅନ୍ଧେରୀ-ଇଷ୍ଟ ଆସନ, ବିହାରର ମୋକମା ଏବଂ ଗୋପାଳଗଞ୍ଜ, ହରିଆଣାର ଆଦମପୁର ଆସନ ସହ ଉତରପ୍ରଦେଶର ଗୋଲା ଗୋକରନାଥ, ତେଲେଙ୍ଗାନାର ମୁନୁଗୋଡା ଏବଂ ଓଡ଼ିଶାର ଧାମନଗର ବିଧାନସଭା ଆସନରେ ଭୋଟିଂ ଚାଲିଛି।

ଏହି ଆସନ ଗୁଡିକର ଭୋଟ୍ ଗଣତି ସହ ଫଳାଫଳ ନଭେମ୍ବର ୬ରେ ପ୍ରକାଶ ପାଇବ।

Comments are closed.