ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ଶେଷ ହେବ ପ୍ରଚାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଆଜି ଅପରାହ୍ନ ୫ଟାରେ ଶେଷ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ।

ତାମିଲନାଡୁର ସମସ୍ତ ୩୯ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଉତ୍ତର ପ୍ରଦେଶର ୮ଟି ଆସନ, ଉତ୍ତରାଖଣ୍ଡ ୫ ଏବଂ ପଶ୍ଚିମବଙ୍ଗର ୩ଟି ଆସନରେ ମଧ୍ୟ ଭୋଟ ଗ୍ରହଣ ‌ହେବ।

ସେହିପରି ରାଜସ୍ଥାନର ୧୨ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଅରୁଣାଚଳ ପ୍ରଦେଶର ଦୁଇଟି ଲୋକସଭା ଆସନ ଏବଂ ଆସାମର ପାଞ୍ଚଟି ଲୋକସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ ହେବ।

ଏହାଛଡ଼ା ବିହାରର ୪ଟି ଆସନ ସହ ଛତିଶଗଡର ଗୋଟିଏ, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୫ ଏବଂ ମଣିପୁରର ଦୁଇଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ।

ପ୍ରଥମ ପର୍ଯ୍ୟାୟରେ ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍, ଜମ୍ମୁ କାଶ୍ମୀର, ଲକ୍ଷଦ୍ବୀପ, ଆଣ୍ଡାମାନ ନିକୋବର ଏବଂ ପୁଡୁଚେରୀରେ ଦୁଇଟି ଆସନରେ ମଧ୍ୟ ଭୋଟ୍ ପଡ଼ିବ।

Comments are closed.