ବିଜେପିରେ ଯୋଗଦେଲେ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କିରେନ ରିଜିଜୁ ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି। କ୍ୟାପଟେନ ଅମରିନ୍ଦର ମଧ୍ୟ ତାଙ୍କ ଦଳ ‘ପଞ୍ଜାବ ଲୋକ କଂଗ୍ରେସ’କୁ ବିଜେପିରେ ମିଶ୍ରଣ କରିଛନ୍ତି। ଅମରିନ୍ଦରଙ୍କ ସହ ତାଙ୍କର ଅନେକ ସହଯୋଗୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

୮୦ ବର୍ଷୀୟ ଅମରିନ୍ଦର ସିଂ ଗତ ବର୍ଷ କଂଗ୍ରେସ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ହଠାତ୍ ଇସ୍ତଫା ଦେବା ପରେ ‘ପଞ୍ଜାବ ଲୋକ କଂଗ୍ରେସ’ ନାମରେ ନୂଆ ଦଳ ଗଠନ କରିଥିଲେ। ବିଜେପି ଏବଂ ସୁଖଦେବ ସିଂ ଧିଣ୍ଡସା ନେତୃତ୍ୱରେ ଶିରୋମଣି ଅକାଳୀ ଦଳ (ୟୁନାଇଟେଡ୍) ସହ ମିଳିତ ଭାବେ ​​ପିଏଲସି ବିଧାନସଭା ନିର୍ବାଚନ ଲଢ଼ିଥିଲା । ତେବେ ଏହାର କୌଣସି ପ୍ରାର୍ଥୀ ଜିତିପାରିନଥିଲେ । ଏପରିକି ନିଜେ ଅମରିନ୍ଦର ସିଂ ମଧ୍ୟ ତାଙ୍କ ଗଡ଼ ପଟିଆଲା ଅର୍ବାନ ଆସନରେ ପରାସ୍ତ ହୋଇଥିଲେ।

Comments are closed.