ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇଙ୍କ ଘରେ ସିବିଆଇ ଚଢ଼ାଉ

ଜୟପୁର:ଦୁର୍ନୀତି ମାମଲାରେ ଆଜି ସକାଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଅଗ୍ରସେନ୍ ଗେହଲୋଟଙ୍କ ଯୋଧପୁର ବାସଭବନରେ ସିବିଆଇ ଚଢାଉ କରିଛି। ସୂତ୍ରରୁ ପ୍ରକାଶ ଯେ ସିବିଆଇ ଟିମ୍ ଅଗ୍ରସେନ୍ ଗେହଲୋଟଙ୍କ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସାର ରପ୍ତାନି ମାମଲାରେ ଅନିୟମିତତା ଅଭିଯୋଗରେ ଅଗ୍ରସେନ୍ ଗେହଲୋଟ୍ ପୂର୍ବରୁ ଇଡିର ତଦନ୍ତ ପରିସରଭୁକ୍ତ ଅଛନ୍ତି। ଇଡି ଅଭିଯୋଗ କରିଥିଲା ଯେ ଅଶୋକ ଗେହଲୋଟଙ୍କ ଭାଇ ଅଗ୍ରସେନ୍ ଗେହଲୋଟ୍ ୨୦୦୭ ଏବଂ ୨୦୦୯ ମସିହାରେ ବହୁ ପରିମାଣର ସାର ବେଆଇନ ଭାବେ ରପ୍ତାନି କରିଥିଲେ।

ସାର ରପ୍ତାନିରେ ଅନିୟମିତତା ଅଭିଯୋଗରେ ତାଙ୍କ ନାମ ଉଠିବା ପରେ ତାଙ୍କୁ ଗତ ମାସରେ ଇଡି ପଚରାଉଚରା ମଧ୍ୟ କରିଥିଲା। ଗତ ବର୍ଷ ଇଡି ସାର ଦୁର୍ନୀତି ସଂପର୍କରେ ଅଗ୍ରସେନଙ୍କ ଅନେକ ଠିକଣାରେ ଚଢ଼ାଉ କରିଥିଲା। ୨୨ ଜୁଲାଇ ୨୦୨୦ରେ ଅଗ୍ରସେନଙ୍କ ଘର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଟଙ୍କା ହେରଫେର ଅଭିଯୋଗରେ ଚଢ଼ାଉ କରାଯାଇଥିଲା। ସେତେବେଳେ ମଧ୍ୟ ଇଡି ତାଙ୍କୁ ସମନ କରିଥିଲା କିନ୍ତୁ ଅଗ୍ରସେନ୍ ହାଜର ହୋଇନଥିଲେ |

Comments are closed.