ଋଣ ଜାଲିଆତି ମାମଲା: ଚନ୍ଦା କୋଚରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ୩୨୫୦ କୋଟି ଋଣ ଜାଲିଆତି ମାମଲାରେ ସିବିଆଇ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ ଏମଡି ତଥା ସିଇଓ ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ ଗ୍ରୁପ୍ ପ୍ରତିଷ୍ଠାତା ବେଣୁଗୋପାଳ ଧୂତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।

ସିବିଆଇ ଆଇପିସି ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଏବଂ ୪୦୯ (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ) ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଚାର୍ଜସିଟ ଦାଖଲ କରାଯାଇଛି। ଚାର୍ଜସିଟରେ ଏଜେନ୍ସି ନଅ ଅଭିଯୁକ୍ତ (ବ୍ୟକ୍ତି/ କମ୍ପାନୀ)ଙ୍କ ନାମ ଉଲ୍ଲେଖ କରିଛି |

ଅଧିକାରୀ କହିଛନ୍ତି ଯେ ସେମାନେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଏହି ମାମଲାରେ ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛନ୍ତି।

ଏଜେନ୍ସି କହିଛି ଯେ ଚନ୍ଦା କୋଚରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟାଙ୍କର ଅନୁମତି ଆବଶ୍ୟକ । ଏଥିପାଇଁ ବ୍ୟାଙ୍କକୁ ଚିଠି ଲେଖାଯାଇଛି ଏବଂ ଏହାର ଉତ୍ତରକୁ ଅପେକ୍ଷା କରାଯାଇଛି ।

ଏଜେନ୍ସି କହିଛି ଯେ ଯଦି ବ୍ୟାଙ୍କରୁ ମଞ୍ଜୁରି ନ ମିଳେ, ତେବେ ଚନ୍ଦା କୋଚରଙ୍କ ପାଇଁ ଦୁର୍ନୀତି ନିବାରଣ ଆଇନର ଦଫା ଲାଗୁ ହେବ ନାହିଁ।

ଗତ ବର୍ଷ ଡିସେମ୍ବର ମାସରେ ଚନ୍ଦା କୋଚରଙ୍କୁ ସିବିଆଇ ଗିରଫ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ ।

Comments are closed.