ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍

ନୂଆଦିଲ୍ଲୀ : ଜମି ବଦଳରେ ରେଳବାଇରେ ନିଯୁକ୍ତି ମାମଲାର ତଦନ୍ତ କରୁଥିବା ସିବିଆଇ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଏବଂ ଅନ୍ୟ ୧୪ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି। ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଫର୍ଦ୍ଦରେ ଲାଲୁଙ୍କ ଝିଅ ମିସା ଭାରତୀ, କେନ୍ଦ୍ରୀୟ ରେଳବାଇର ପୂର୍ବତନ ମହାପ୍ରବନ୍ଧକ ସୌମ୍ୟ ରାଘବନ, ପୂର୍ବତନ ସିପିଓ କମଲ ଦୀପ୍‌ ମୈନଚାୟଙ୍କ ସହ ୭ ନିଯୁକ୍ତି ଆଶାୟୀଙ୍କ ନାମ ମଧ୍ୟ ରହିଛି। ରେଳବାଇରେ ନିଯୁକ୍ତି ପାଇବାକୁ ହେଲେ ଲାଲୁଙ୍କ ପରିବାରକୁ ଜମି ଉପହାର ଦେବାକୁ କିମ୍ବା କମ୍‌ ଦାମ୍‌ରେ ବିକ୍ରି କରିବାକୁ ଆଶାୟୀମୀନଙ୍କୁ କୁହାଯାଇଥୁଲା।

ଏହି କାରବାରରେ କେନ୍ଦ୍ରୀୟ ରେଳବାଇର ତତ୍କାଳୀନ ଜିଏମ୍‌ ସିପିଓଙ୍କ ସହ ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରିଥୁବା ତଦନ୍ତରୁ ଜଣାପଡ଼ିଥୁଲା। ଲାଲୁ ରେଳମନ୍ତ୍ରୀ ଥିବାବେଳେ ତାଙ୍କ କ୍ୟାମ୍ପ୍‌ ଅଫିସ ଥିବା ପାଟନାର ୧୦ ସର୍କୁଲାର ରୋଡରୁ ସିବିଆଇ ହାର୍ଡଡିସ୍କ ପାଇଥିଲା । ୨୦୦୪ରୁ ୨୦୦୯ ଲାଲୁ ରେଳମନ୍ତ୍ରୀ ଅବାବେଳେ ନିଯୁକ୍ତି ପାଇଥିବା ୧୪୫୮ ପ୍ରାର୍ଥୀଙ୍କ ତାଲିକା ଉକେ ହାର୍ଡଡିସ୍କରୁ ମିଳିଥିଲା।

ପାଟନାରୁ ବହୁସଂଖ୍ୟାରେ ଯୁବକଙ୍କୁ ଗ୍ରୁପ୍‌ ଡି’ରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇ ପରେ ନିୟମିତ କରାଯାଇଥିଲା । ଏହା ବଦଳରେ ସେମାନେ କିମ୍ବା ସେମାନଙ୍କ ପରିବାର ସଦସ୍ୟ ଲାଲୁଙ୍କ ପରିବାର ଏବଂ ଏକେ ଇନ୍‌ଫୋସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ କମ୍ପାନୀକୁ ଜମି ହସ୍ତାନ୍ତର କରିଥିଲେ ବୋଲି ସିବିଆଇ କହିଛି ।

Comments are closed.