ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆମେରିକାର ସହାୟତା ଲୋଡ଼ିଲା ସିବିଆଇ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇ ଆମେରିକାର ସହାୟତା ଲୋଡିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ କୌଣସି ସୁରାକ ଆଶାରେ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଇମେଲଗୁଡ଼ିକରେ ଡିଲିଟ ହୋଇଥିବା ତଥ୍ୟ ଗୁଡ଼ିକ ପାଇବା ପାଇଁ ସିବିଆଇ ଆମେରିକାର କମ୍ପାନୀ ଗୁଗୁଲ ଏବଂ ଫେସବୁକରୁ ସାହାଯ୍ୟ ମାଗିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ୧୪ ଜୁନ୍ ୨୦୨୦ରେ ମୁମ୍ବାଇର ତାଙ୍କ ବାନ୍ଦ୍ରା ଫ୍ଲାଟ୍ ରୁ ମିଳିଥିଲା। ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ପରିବାରକୁ ଦାୟୀ କରାଯାଇଥିଲା। ତେବେ ରିୟା ଚକ୍ରବର୍ତ୍ତୀ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ।

ଏକ ଜାତୀୟ ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଚୁକ୍ତି (ଏମ୍ଏଲ୍ଏଟି) ଅଧୀନରେ ସୁଶାନ୍ତ ସିଂହଙ୍କ ଡିଲିଟ ହୋଇଥିବା ଚାଟ୍, ଇମେଲ କିମ୍ବା ପୋଷ୍ଟ ବିଷୟରେ ସିବିଆଇ ଗୁଗୁଲ ଏବଂ ଫେସବୁକରୁ ସୂଚନା ମଗାଯାଇଛି ଯାହା ଦ୍ଵାରା ଏହାର ଯାଞ୍ଚ୍ କରାଯାଇପାରିବ।

ଭାରତ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ଯୋଗୁଁ ଉଭୟ ଦେଶ ଘରୋଇ ମାମଲାର ଅନୁସନ୍ଧାନରେ ପରସ୍ପରଠାରୁ ସୂଚନା ମାଗିପାରିବେ।

ଭାରତରେ ଗୃହ ମନ୍ତ୍ରଣାଳୟ ଏମ୍ଏଲ୍ଏଟି ଅଧୀନରେ ସୂଚନା ଗ୍ରହଣ କିମ୍ବା ସେୟାର କରିପାରିବ । ଆମେରିକାରେ ଆଟର୍ଣ୍ଣି ଜେନେରାଲଙ୍କର ମଧ୍ୟ ଏହି ଅଧିକାର ଅଛି।

Comments are closed.