ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ନେଲା ସିବିଆଇ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ନେଇଛି ସିବିଆଇ । ସୋମବାର ସନ୍ଦେହ ଜନକ ସ୍ଥିତିରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଆଲାହାବାଦ ସ୍ଥିତ ତାଙ୍କ ଆଶ୍ରମରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ ହୋଇଥିଲା । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ।

ଜଣେ ପ୍ରଭାବଶାଳୀ ସନ୍ଥ ଭାବେ ପରିଚିତ ମହେନ୍ଦ୍ର ଗିରିଙ୍କ ଆଶ୍ରମରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା । ଏଥିରେ ତାଙ୍କର ଘନିଷ୍ଠ ଶିଷ୍ୟ ଆନନ୍ଦ ଗିରିଙ୍କ ସହ ଆଦ୍ୟ ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମ ଥିଲା । ଏହି ତିନି ଜଣଙ୍କୁ ଗିରଫ କରାଯାଇଛି । ଜଣେ ଝିଅ ସହ ତାଙ୍କର ଏକ ନକଲି ଫଟୋକୁ ନେଇ ତାଙ୍କୁ ବ୍ଲାକମେଲିଂ କରାଯାଉଥିଲା ବୋଲି ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ କରାଯାଇଥିଲା । ସୁଇସାଇଡ୍ ନୋଟ୍‌ରେ ହାତଲେଖା ନରେନ୍ଦ୍ର ଗିରିଙ୍କ ନା ଆଉ କାହାର ତାହାର ଯାଞ୍ଚ୍ କରାଯାଉଛି ।

Comments are closed.