ନୂଆଦିଲ୍ଲୀ: ଦ୍ବାଦଶ ପରେ ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି | ଏଥର ୯୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଛାତ୍ରୀ ନିଜ ରେଜଲ୍ଟ ସିବିଏସ୍ଇର ଅଫିସିଆଲ୍ ୱେବସାଇଟ୍ cbse.nic.in, cbse.gov.in, cbseacademic.nic.in କୁ ଯାଇ ଦେଖିପାରିବେ | ଏହାଛଡ଼ା parikshasangam.cbse.gov.in ରେ ମଧ୍ୟ ରେଜଲ୍ଟ ଯାଞ୍ଚ କରିପାରିବେ | ବୋର୍ଡ ଆଜି ସକାଳେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ଘୋଷଣା କରିଥିଲା ।
ସିବିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଏପ୍ରିଲ ୨୬ରୁ ମେ ୨୪ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିଲା । କୋଭିଡ-୧୯ ରୁ ରକ୍ଷା କରିବା ପାଇଁ ସମସ୍ତ ଗାଇଡ ଲାଇନ ପାଳନ କରି ପରୀକ୍ଷା କରାଯାଇଥିଲା।
Comments are closed.