ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ସୁପାରିସ ୯ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଁ କଲେଜିୟମ ଦ୍ୱାରା ସୁପାରିସ ହୋଇଥିବା ସମସ୍ତ ୯ ଜଣ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ୯ ଜଣ ବିଚାରପତିଙ୍କ ମଧ୍ୟରୁ ତିନିଜଣ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଆଗାମୀ ଦିନରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି |

କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିବା ନାମଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ ବି.ଭି ନାଗରତ୍ନା, ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ହିମା କୋହଲି, ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ବେଲା ତ୍ରିବେଦୀ ,ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା (କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି), ବିକ୍ରମ ନାଥ (ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି), ଜିତେନ୍ଦ୍ର କୁମାର ମହେଶ୍ୱରୀ (ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି), ସି.ଟି ରବିକୁମାର (କେରଳ ହାଇକୋର୍ଟର ଜଜ୍) ଏବଂ ଏମ.ଏମ ସୁନ୍ଦରେଶ (କେରଳ ହାଇକୋର୍ଟର ବିଚାରପତି)।

ବର୍ତ୍ତମାନ ସୁପ୍ରିମକୋର୍ଟରେ ୨୪ ଜଣ ବିଚାରପତି ଅଛନ୍ତି। ନଅ ଜଣ ବିଚାରପତିଙ୍କ ନିଯୁକ୍ତି ପରେ ମଧ୍ୟ ସର୍ବୋଚ୍ଚ ଅଦାଲତରେ ଗୋଟିଏ ପଦ ଖାଲି ରହିବ।

ସୁପାରିସ କରାଯାଇଥିବା ନାମଗୁଡିକ ମଧ୍ୟରୁ ଜଷ୍ଟିସ ନାଗରତ୍ନା ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି।

ସୁପ୍ରିମକୋର୍ଟ କଲେଜିୟମରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ସମେତ ଜଷ୍ଟିସ୍ ଉଦୟ ୟୁ ଲଲିତ, ଏମ୍ ଖାନୱିଲକର, ଧନଞ୍ଜୟ ଓ୍ବାଇ ଚନ୍ଦ୍ରଚୂଡ ଏବଂ ଏଲ୍ ନାଗେଶ୍ୱରା ରାଓ ସାମିଲ।

Comments are closed.