ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ କେନ୍ଦ୍ରର ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ।

କେନ୍ଦ୍ର ସରକାର ତାଙ୍କ ପିଟିସନରେ କହିଛନ୍ତି ଯେ ଏହି ମାମଲା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ସହ ଜଡ଼ିତ ହୋଇଥିବାରୁ ରାୟ ଦେବା ପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷ ଶୁଣିବା ଉଚିତ୍।

ସରକାର କହିଛନ୍ତି ଯେ ଏହି ମାମଲାରେ ଯେଉଁ ସବୁ ପିଟିସନ ଦାୟର ହୋଇଛି ସେଥିରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇ ନଥିଲା ।

ନଭେମ୍ବର ୧୧ରେ ସୁପ୍ରିମକୋର୍ଟ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ନଳିନୀ ଶ୍ରୀହରନଙ୍କ ସମେତ ସମସ୍ତ ଦୋଷୀଙ୍କୁ ମୁକ୍ତ କରିଥିଲେ। ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଥିଲେ ଯେ ରାଜୀବ ଗାନ୍ଧୀ ହତ୍ୟା ମାମଲାର ସପ୍ତମ ଅଭିଯୁକ୍ତ ଏଜି ପେରାରିଭାଲାନଙ୍କ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଥିଲେ ତାହା ଏହି ୬ ଦୋଷୀଙ୍କ ପାଇଁ ମଧ୍ୟ ଲାଗୁ ହେବ।

ଚଳିତ ବର୍ଷ ମେ ୧୮ରେ ସମ୍ବିଧାନର ଧାରା ୧୪୨ ଅଧୀନରେ ପ୍ରଦତ୍ତ କ୍ଷମତା ଆଧାରରେ କୋର୍ଟ ଏହି ମାମଲାର ସପ୍ତମ ଅଭିଯୁକ୍ତ ପେରରିଭାଲାନଙ୍କୁ ମୁକ୍ତ କରିଥିଲେ। ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ପେରିଭାଲାନ ୩୦ ବର୍ଷ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା।

Comments are closed.