ଶିଳ୍ପପତି ଗୌତମ ଆଦାନୀଙ୍କୁ ‘ଜେଡ୍’ ଶ୍ରେଣୀର ସୁରକ୍ଷା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କୁ ସିଆରପିଏଫ୍ କମାଣ୍ଡୋଙ୍କ ‘ଜେଡ୍’ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ସାରା ଦେଶରେ ଉପଲବ୍ଧ ଏହି ସିକ୍ୟୁରିଟି କଭର “ଦେୟ ଆଧାରରେ” ଉପଲବ୍ଧ କରାଯାଇଛି ଏବଂ ଏଥିପାଇଁ ପ୍ରତି ମାସରେ ପ୍ରାୟ ୧୫-୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି |

କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରସ୍ତୁତ ଏକ ବିପଦ ଆକଳନ ରିପୋର୍ଟ ଆଧାରରେ ଆଦାନୀଙ୍କୁ (୬୦) ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ।

ସୂଚନା ମୁତାବକ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିଆରପିଏଫ୍ ର ଭିଆଇପି ସିକ୍ୟୁରିଟି ୱିଙ୍ଗକୁ ଏହି ଦାୟିତ୍ୱ ତୁଲାଇବାକୁ କହିଛନ୍ତି ଏବଂ ଏହାର ସୁରକ୍ଷା ଟିମ୍ ବର୍ତ୍ତମାନ ଆଦାନୀଙ୍କ ସହିତ ଅଛି |

କେନ୍ଦ୍ର ସରକାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ‘ଜେଡ୍ +’ ସୁରକ୍ଷା ପ୍ରଦାନ କରୁଛନ୍ତି।

Comments are closed.